ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଭୁବନେଶ୍ୱର ତା ୧୪।୭.:ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ଗୋପବନ୍ଧୁ ଛାତ୍ରାବାସ ପରିସର ରେ ଅନୁଷ୍ଠାନ ର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟେ ରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ,ନିର୍ଭୀକ ସାମ୍ବାଦିକତାର ଉତୁଙ୍ଗ ପୁରୁଷ, ନିଷ୍କାମ ଜନସେବା ର ଅମଳିନ ପ୍ରତିଭୁ ,ଉତ୍କଳୀୟ ବାଣୀ ଭଣ୍ଡାର ର ପ୍ରଭୁଦ୍ଧ ସାରସ୍ଵତ ସାଧକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଏହି ଉତ୍ସବ ରେ ପୁରାତନ ଛାତ୍ର ସଂସଦ ସଭାପତି ଡ଼ା ହାଡିବନ୍ଧୁ ପଟ୍ଟନାୟକ ଛାତ୍ରାବାସ ପରିସର ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କ ବାର୍ତ୍ତା ରେ ଗୋପବନ୍ଧୁ ଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ରେ ମଣିଷ ତିଆରି କାରଖାନା ଓ ବର୍ତ୍ତମାନ ପରିସ୍ଥିତି ରେ ନୈତିକ ଶିକ୍ଷା ର ଆବଶ୍ୟକତା ସଂମ୍ବଧ ରେ ବିବରଣୀ ପ୍ରଦାନ କରି ଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷ ଙ୍କ ତ୍ୟାଗପୂତ ଜୀବନ ରୁ ପ୍ରେରଣା ଲାଭ କରିବା ଏବଂ ସମାଜ ର ସେବା ପାଇଁ ନିଜକୁ ସମର୍ପିତ କରିବା ନିମନ୍ତେ ଉଦବୋଧନ ଦେଇଥିଲେ। ଏହି ଶ୍ରାଦ୍ଧ ଉତ୍ସବ ରେ ଛାତ୍ରାବାସ ର ୱର୍ଦେନ୍ ଡ଼ା ଶଶି କଳା ଭୋଲେପଣ୍ଡିଆନ ଓ ଉପସ୍ଥିତ ଛାତ୍ରୀ ମାନେ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥଲେ। ପୂର୍ବତନ ସମ୍ପାଦକ ଓ କାର୍ଯୟନିର୍ବାହୀ ସଦସ୍ୟ ଚକ୍ରଧର ଦାଶ ଯୋଗ ଦେଇ ପରିଚାଳନା ରେ ସହାୟତା କରିଥଲେ। ପୁରାତନ ଛାତ୍ର ସଂସଦ ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ଅଧକ୍ଷା ପ୍ରଫେସର ମାନସୀ ଗୋସ୍ଵାମୀ ଓ କାର୍ଯ୍ଯ କ୍ରମ ସଫଳତା ହେତୁ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page