“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ

ଭୁବନେଶ୍ବର – “ଓଡ଼ିଆ କଳାକାରଙ୍କ ସ୍ୱର” (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ ୬ ବର୍ଷ ଧରି ଆୟୋଜିତ ହେଇ ଆସୁଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବିଭିନ ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଅଛି, ଯଥା – ଲୋକକଳା, ଯାତ୍ରା, ମଞ୍ଚ ନାଟକ , ଚଳଚ୍ଚିତ୍ର, ଧାରାବାହିକ, ସମାଜ ସେବକ, ପ୍ରଯୋଳକ, ନିର୍ଦ୍ଦେଶକ, ସଙ୍ଗୀତଜ୍ଞ, ଲେଖକ, କଣ୍ଠ ଶିଳ୍ପୀ, ବାଦ୍ୟ ଶିଳ୍ପୀ, ଲୋକଗୀତ ଆଦି ସହ ଜଡ଼ିତ ୨୦ ଜଣ ଗୁରୁଙ୍କୁ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା କଳାକାରମାନଙ୍କୁ ସମ୍ମାନିତ କରାଯାଉଅଛି । ଏଥିସହିତ ତୃତୀୟ ବାର୍ଷିକୀ ସ୍ମରଣିକା “ସ୍ୱର ଓ ସ୍ଵାକ୍ଷର” ଉନ୍ମୋଚିତ ହେବାକୁ ଯାଉଛି ଏହା ସହିତ ସଂଗଠନ ର ୧୦୦ ଜଣ କଳାକାରଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ରାଶି ମଧ୍ୟ ପ୍ରଦାନ କରାଯାଉଛି । ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସଭାପତି ଶ୍ରୀଧର ମାର୍ଥା, ଉପସଭାପତି ପ୍ରଶାନ୍ତ ଷଢଙ୍ଗୀ ଓ ସମ୍ପାଦକ ମୃତୁଞ୍ଜୟ ପଣ୍ଡା ଯୁଗ୍ମ ସମ୍ପାଦକ ବରଦା ପ୍ରଶନ୍ନ ପାତ୍ର, ଟ୍ରେଜରର ମୃଣ୍ମୟ ନାୟକଙ୍କ ସମେତ କାର୍ଯ୍ୟକାରୀ କମିଟି ଓଡ଼ିଶାର ପ୍ରତ୍ୟେକ କଳାକାର ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସମସ୍ତେ ଜୁଲାଇ ୨୪ ତାରିଖ କୁ କଳାକାର ଦିବସ ରୂପେ ପାଳନ କରନ୍ତୁ , WhatApp Status, Facebook ଏବଂ Instagrame ଇତ୍ୟାଦି ସୋସିଆଲ ମିଡିଆରେ ରେ ବହୁଳ ଭାବରେ ପ୍ରଚାର ପ୍ରସାର କରନ୍ତୁ ଏବଂ ଓଡ଼ିଶା ସରକାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଏହି ଜୁଲାଇ ୨୪ ତାରିଖ କୁ ବିଧିବଦ୍ଧ ଭାବେ କଳାକାର ଦିବସ ବୋଲି ଘୋଷଣା କରନ୍ତୁ । ଏହି କାର୍ଯ୍ୟକ୍ରମରେ ନାଚ, ଗୀତ, ମ୍ୟାଜିକ ସୋ, କୋଠିଶାଳ ନୃତ୍ୟ, ନାଟକ ପରିବେଷଣ କରାଯିବ । ସଂସ୍କୃତି ମନ୍ତ୍ରୀ, ବିଧାୟକ ଉତ୍ତର, ବିଧାୟକ ଏକାମ୍ର, ସଂସ୍କୃତି ସଚିବ, ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ, ଏକାମ୍ର ବିଧାୟକ, ଚଳଚିତ୍ର ନିର୍ଦେଶକ ପ୍ରଶାନ୍ତ ନନ୍ଦ, ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ, ହରିଶ୍ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଦେବୁ ପଟ୍ଟନାୟକ, ପ୍ରଶାନ୍ତ ପାଢ଼ୀ, ଆଦି ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେବାପାଇଁ ସହ‌ମତି ପ୍ରକାଶ କରିଛନ୍ତି । ଆଜିର ପ୍ରେସମିଟ ରେ ସଭାପତି ଶ୍ରୀଧର ମାର୍ଥା, ସମ୍ପାଦନ ମୃତ୍ୟୁଞ୍ଜୟ ପଣ୍ଡା, ସହ ସମ୍ପାଦକ ବରଦା ପ୍ରସନ ପାତ୍ର, କୋଷାଧ୍ୟକ୍ଷ ମୃଣ୍ମୟ ନାୟକ, ବିକାଶମୂଳକ ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଓ ଗୀତାଞ୍ଜଳି ବେହେରା, ଆଇନ ପରାମର୍ଶ -ଦାତା ତ୍ରିଲୋଚନ ରଥ, କାର୍ଯ୍ୟକାରୀ ସଦସ୍ୟ ମିଲି ମିଶ୍ର, ସାର୍ଥକ ପ୍ରଧାନ, ଜ୍ଞାନଦୀପ ଖୁଣ୍ଟିଆ, ସିନା ମହାନ୍ତି, ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page