ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ସାମିଲ ହୋଇଛନ୍ତି । 35 ଫୁଟ ଉଚ୍ଚର ନିର୍ମାଣ ନୂତନ ମାଆଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ହୋଇଥିବାବେଳେ ନିମାପଡ଼ା ଅଞ୍ଚଳରେ ଅନ୍ୟତମ ଉଚ୍ଚତମ ଦେବୀ ମନ୍ଦିର ଭାବେ ସ୍ଥାନିତ ହେବାକୁ ଯାଉଛି । ପଞ୍ଚଶସ୍ୟ, ପଞ୍ଚରତ୍ନରେ ଗ୍ରାମବାସୀ ଏବଂ ଅନ୍ୟଗ୍ରାମର ଭକ୍ତ ରତ୍ନମୁଦରେ ପ୍ରଦାନ କରିଥିଲେ । ସମସ୍ତ ଗ୍ରାମବାସୀ ମିଶି ଏହି ଭବ୍ୟ ଉତ୍ସବକୁ ଦିବ୍ୟତାର ସହ ପାଳନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page