ଭୁବନେଶ୍ୱର ତା 29/07/26 ସ୍ଥାନୀୟ ରୁଦ୍ରବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ଠାରେ ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂଯୋଜନା ଓ ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ବାବାଙ୍କ ଦ୍ୱାରା ପରିଚାଳନାରେ ଅନୁଷ୍ଠିତ “ଗୁରୁପୂର୍ଣ୍ଣିମା ଉତ୍ସବ” କାର୍ଯ୍ୟକ୍ରମରେ ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ବତୀ, ଡ଼ଃ ବୁଦ୍ଧଦେବ ମିଶ୍ର, ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ,ପ୍ରଗତିବାଦୀର କାର୍ଯ୍ୟକାରି ସମ୍ପାଦକ,ବିରୁପାକ୍ଷ ତ୍ରିପାଠୀ, ଭାଷାପ୍ରାଣ ଅମରେନ୍ଦ୍ର ମହାପାତ୍ର, ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ସାମଲ,ସଂସ୍କୃତି ଗବେଷକ ଡ଼ଃ ହରେକୃଷ୍ଣ ଶତପଥୀ, ଶିକ୍ଷାବିତ ଡ଼ଃ ବଦ୍ରୀନାଥ ପଟନାୟକ,ବରିଷ୍ଠ ସାମାଜିକ କର୍ମୀ, ପତ୍ରକାର କ୍ରାନ୍ତି କୁମାର ସାକସେନା, ଲକ୍ଷ୍ମୀଧର ବେହେରା, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ବ ମାନେ ଉପସ୍ଥିତ ରହିବା ସହ ଗୁରୁ ବନ୍ଦନା ସହ ଗୁରୁଙ୍କ ସମ୍ପର୍କରେ ନିଜନିଜ ବକ୍ତବ୍ୟ ରଖିଥିଲେ l ପ୍ରାତଃ ସମୟରେ ପହୁଡ଼ ଉନ୍ମୋଚନ, ଗୁରୁପୂଜା, ବାଲ୍ୟ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ତତ ପରେ ସତସଙ୍ଗ, ଭଜନ ସମାରୋହ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା ଶ୍ରୀଯୁକ୍ତ ଶତପଥୀ ଓ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ ଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l

ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ ଓ କୌରବଙ୍କ ଗ ଦ୍ରୋଣାଚାର୍ଯ୍ୟ, ଦେବତାଙ୍କ ବୃହସ୍ପତି, ଦୈତ୍ୟ ମାନଙ୍କ ଶୁକ୍ରାଚାର୍ଯ୍ୟ ପ୍ରମୁଖ ଜ୍ୱଳନ୍ତ ଉଦାହରଣ l ଯୋଗୀଶ୍ବର ଭଗବାନ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବ ସମସ୍ତ ସଂସାରର ଗୁରୁ ରୂପେ ପୂଜା ପାଇ ଆସୁଛନ୍ତି ଅନ୍ଧାରରୁ ଆଲୋକକୁ ନେବା ସହିତ, ଶିକ୍ଷା, ସଂସ୍କାର, ନୀତି, ନୈତିକତା ପ୍ରମୁଖ ଗୁରୁ ଆମକୁ ପ୍ରଦାନ କରନ୍ତି l ପିତା, ମାତା, ଶିକ୍ଷକ, ଦୀକ୍ଷାଗୁରୁଙ୍କ ସମ୍ପର୍କରେ କହିବାର ଯୋଗ୍ୟତା କାହାର ବି ନାହିଁ l ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମବ୍ରହ୍ମ ତସମୈଶ୍ରୀ ଗୁରୁବେ ନମଃ l ଉକ୍ତ ପରମ୍ପରା ଆମର ବହୁ ପୁରାତନ ଓ ସଂକୃତି ସମ୍ପନ୍ନ l ଆଦର୍ଶ ମୂଲ୍ୟବୋଧ, ଚରିତ୍ର ଗଠନ, ଜ୍ଞାନ ତଥା ସମାଜରେ ନିଜ କର୍ତ୍ତବ୍ୟ ଠିକ ଭାବେ କରି କିପରି ଜୀବନ ବଞ୍ଚିବାକୁ ହେବ ତାହାର ମାର୍ଗ ପ୍ରଶସ୍ତ କରିଥାନ୍ତି l ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବା ସହ ଗୁରୁ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ lଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର,ପତ୍ରକାର ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ l