07/08/26 ବନ୍ୟା ବିପନ୍ନଙ୍କ ଉଦେଶ୍ୟରେ ଦଶରଥପୁର ଯୁବ କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ଦେଖାଯାଇଛି । ବ୍ଲକସ୍ଥ କସପା, ତରପଦା, ମଲିକାପୁର, ନିଜାମପୁର, ଦୁଦୁରାଅଣ୍ଟା, କମାରଡିହ, କୟାଁ ଆଦି ପଞ୍ଚାୟତରେ ପ୍ରାୟ ୧୫ ଶହ ପରିବାରକୁ ମୁଡି, ବିସ୍କୁଟ, ପାଉଁରୁଟି, ପାଣି ବୋତଲ ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।

ଯୁବ କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ସରପଞ୍ଚ ଲିପିକା ମଲିକ, ଛାତ୍ର ନେତା ଅନନ୍ତ କୁମାର ଯେନା, ଦେବକାନ୍ତ ପତି, ବୃନ୍ଦାବନ ଜେନା, ପ୍ରବୋଧ ନାୟକ, ଅଜୟ ନାୟକ, ସତ୍ୟବାନ ଯେନା, ମଦନ ମଲିକ, ଯୁବରାଜ ମଲିକ, ରାଜୀବ ମଲିକ, କୃପାସିନ୍ଧୁ ମଲିକ, ବିଶ୍ୱନାଥ ଦାସ, ଜ୍ୟୋତି ରଞ୍ଜନ ଯେନା, ଉତ୍ତମ ଯେନା, ପୂର୍ଣ୍ଣ ଚନ୍ଦ୍ର ପରିଡା, ସୌମ୍ୟ ରଞ୍ଜନ ବେହେରା, ଅନିରୁଦ୍ଧ କୁଣ୍ଡୁ, ଅମୀୟ ଦାସ ପ୍ରମୁଖ ଉପସ୍ଥିତ ରହି ବଣ୍ଟନରେ ସହଯୋଗ କରିଥିଲେ।