ଓଡିଶା ଅଭିଭାବକ ସଂଘର ଶିକ୍ଷା ସତ୍ୟାଗ୍ରହ

ଭୁବନେଶ୍ୱର ତା 17 ରିଖ l
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25 % ଶିକ୍ଷା ଅଧିକାର (RTE) ମାଗଣା ଶିକ୍ଷା ଯୋଜନାକୁ ଦ୍ଵାଦଶ ଶ୍ରେଣୀକୁ ବୃଦ୍ଧି ତଥା କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ବୃତ୍ତିଗତ ଶିକ୍ଷାକୁ ସାମିଲ କରିବା ଦାବିରେ ଲୋୟର ପିଏମଜିରେ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ପୁନର୍ବାର ଶିକ୍ଷା ସତ୍ୟାଗ୍ରହ ଆରମ୍ଭ କରିଛି ଓଡିଶା ଅଭିଭାବକ ମହାସଂଘ l ଭୁଲ ବହି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏ ସତ୍ୟାଗ୍ରହ ଚାଲିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଶିକ୍ଷା ସତ୍ୟାଗ୍ରହ କୁ ସମର୍ଥନ ଜଣାଇ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ଡ଼ଃ ଅରୁଣ ସାହୁ, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟନାୟକ,ଭୁବନେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ,ପୂର୍ବତନ ବିଧାୟକ ତଥା ଓଜେସି ସଭାପତି ଇଂ ମହମଦ ମୋକିମ, ପୂର୍ବତନ ସିପି ଆଇ ବିଧାୟକ ନାରାୟଣ ରେଡ଼ୀ, ଏନ ଏଚ ଆର ସି ର କୋର ମେମ୍ବର ମନୋଜ ଜେନା, ସୂଚନା ଅଧିକାର ଅଭିଯାନର ଅଧକ୍ଷ ପ୍ରଦୀପ ପ୍ରଧାନ,ବରିଷ୍ଠ ସାମ୍ବାଦିକ ଗିରିଜା ଦାସ, ଆମ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ର, ସନ୍ଦୀପ୍ତ ଦାସ ସିପିଆଇଏମଏଲ ର ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡା, ଲୋହିୟା ଏକାଡେମୀର ଦେବୀ ପ୍ରସାଦ ରାୟ,ଓଜେସି ନେତା ଶୁଭେନ୍ଦୁ ମଲିକ ଓ ସଂଗ୍ରାମ ମାଝୀ, ଜିତେନ୍ଦ୍ର ଦାସ, ରଞ୍ଜନ ଦାସ, ପ୍ରଦୀପ୍ତ ମିଶ୍ର, ରଙ୍ଗlଚରଣ ପ୍ରଧାନ ଆଦି ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ l ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓ ବିଜେଡି ନେତା ମନ୍ମଥ ରାଉତରାୟ ଆମରଣ ଅନଶନରେ ବସିଛନ୍ତି l ପାଠ୍ୟପୁସ୍ତକରେ ଅଗଣିତ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରାଜ୍ୟକୁ ନିନ୍ଦିତ କରି ଚାଲିଛି l ଏହି ପ୍ରସଙ୍ଗ ଅତ୍ୟନ୍ତ ମାରାତ୍ମକ,ଗୁରତର l ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ଇତିହାସରେ ଏକ କଳା ଅଧ୍ୟାୟ l କଳଙ୍କିତ ଅଧ୍ୟାୟର ଦସ୍ତାବିଜ ଭୁଲ ବହି କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ l ମୁଖ୍ୟମନ୍ତ୍ରୀ ଭୁଲ ବହି ପ୍ରତ୍ୟାହାର ପାଇଁ କହିବା ପରେ କେଉଁ ମନ୍ଦ ଉଦ୍ୟେଶ ଆଧାରରେ ଏ ପର୍ଯ୍ୟନ୍ତ ବହି ଫେରା ଯାଇନି l ପିଲାଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ମହାସଂଘ ଆମରଣ ଅନଶନରେ ଦୁଇଦିନ ବସିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନର ଅନୁରୋଧ ପରେ ଅନଶନ ସ୍ଥଗିତ ରଖିଥିଲା l ଯେହେତୁ ଏପର୍ଯ୍ୟନ୍ତ ସରକାର ପୁସ୍ତକ ପ୍ରତ୍ୟାହାର କଲେନି ତେଣୁ ମହାସଂଘ ଶିକ୍ଷା ସତ୍ୟାଗ୍ରହ ଭଳି ଏହି ଚରମ ନିଷ୍ପତି ନେଇଛି l ଯେତିକି ନିନ୍ଦିତ ହେଲେଣି ଆଉ ତାକୁ ନ ବଢ଼ାଇ ଏବର୍ଷ ସେହି ପୁରୁଣା ବହିରେ ପାଠ ପଢlନ୍ତୁ l ଆସନ୍ତା ବର୍ଷ କୁ ନିର୍ବୁଲ ବହିରେ ପାଠ ପଢ଼ାଯିବl ସମୟର ଆବଶ୍ୟକ ବୋଲି ଅଭିଭାବକ ମହାସଂଘ ଅନୁଭବ କରି ପୂର୍ବରୁ ବହୁବାର ଅନୁରୋଧ କରି ସାରିଛି l ତେଣୁ ସରକାର ତୁରନ୍ତ ଜିଦି ପରିତ୍ୟାଗ କରି ଭୁଲ ବହି ପ୍ରତ୍ୟାହାର କରିବା ସହ ପୁରୁଣା ବହିରେ ପାଠ ପଢlନ୍ତୁ l ଏଥି ସହିତ ଆର ଟି ଇ ରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଚୟନ କରାଯାଇ ପ୍ରାଇଭେଟ ସ୍କୁଲ ରେ ମାଗଣାରେ ପଢ଼ୁଥୁବା ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାଙ୍କ ମାଗଣା ଶିକ୍ଷା ଅଷ୍ଟମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ମହାସଂଘ ବହୁବାର ଦାବୀ କରି ଆସୁଛି ତେଣୁ ମହାସଂଘରେ ମଧ୍ୟ ଅନଶନ ପାଇଁ ଏହା ଦ୍ୱିତୀୟ ଦାବୀ ରହିଛୁ l ଯେହେତୁ ସରକାର କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ଘୋଷଣା କରିଛନ୍ତି ତେଣୁ ଆଇନ, କୃଷି,ସିଟି, ବିଇଡି,ଶାରୀରିକ ଶିକ୍ଷା, ନର୍ସିଙ୍ଗ, ଶିଳ୍ପ ତାଲିମ, ସିଟି, ବିଇଡି ଆଦି ବୃତ୍ତି ଗତ ଶିକ୍ଷା ଆଦିକୁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମହାସଂଘ ତୃତୀୟ ଦାବୀ ରଖିଛି l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ସୂର୍ଯ୍ୟନାରାୟଣ ଜେନା, ସଂଗଠନ ସମ୍ପାଦକ ପ୍ରକାଶ ମିଶ୍ର ଓ ଭୁବନେଶ୍ୱରସଭାପତିପଦ୍ମନାଭ ସାହୁ ଆଦି ରାଜ୍ୟର ରାଜନୈତିକ ନେତୃତ୍ୱ , ଛାତ୍ର ଛାତ୍ରୀ, ଗଣ ସଂଗଠନ, ବୁଦ୍ଧିଜୀବୀ , ଶିକ୍ଷାବିତ, ଅଭିଭାବକ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page