ନାଚୁଣୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଚିଲିକା,୧୮।୮:ଆଜି ନାଚୁଣୀ କଲେଜ ପରିସରରେ +୩ ତୃତୀୟ ବର୍ଷ ଛାତ୍ରୀମାନଙ୍କ ପାଇଁ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଦ୍ଵାରା ଆୟୋଜିତ ୬ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ ଗ୍ରହଣ କରି ଛାତ୍ରୀମାନଙ୍କୁ ସଶକ୍ତି ହେବାକୁ କହିଥିଲେ ।

ନାଚୁଣୀ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ଉପକାରିତା ଉପରେ ଆଲୋକପାତ କରିଥିଲେ । ନାଚୁଣୀ ଥାନା ସହ ଅଧିକାରୀ ଶ୍ରୀମତୀ ବସୁମତୀ ସାହୁ,କନେଷ୍ଟବଳ ପ୍ରତୀକ୍ଷା ପ୍ରିୟଦର୍ଶନୀ ଓ ଗୃହରକ୍ଷୀ ସସ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡଃ. ସି. ମଞ୍ଜୁଲତା, ସହ-ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ଛାତ୍ରୀ ନିହାରିକା ହରିଚ଼ନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଲିଡର ଶର୍ମିଷ୍ଠା ଷଡ଼ଙ୍ଗୀ, ଶୁଭ୍ରଶ୍ରୀ ରଥ, ଅଲିଶା ବେଗମ୍, ଶାନ୍ତିଲତା ସେନ୍, ଲକ୍ଷ୍ମୀପ୍ରିୟା ସାହୁ, ମଧୁସ୍ମିତା ମହାରଣା, ଯସ୍ମିନ ଜେନା, ଦିବ୍ୟଜ୍ୟୋତି ସାହୁ, ପ୍ରୀତି ରାଜବୋଞ୍ଚି, ପ୍ରିୟଙ୍କା ପ୍ରିୟଦର୍ଶନୀ ବରାଳ ଓ ଜ୍ୟୋତ୍ରିମୟୀ ଜେନା ପ୍ରମୁଖ ବହୁ ସଂଖ୍ୟକ ଛାତ୍ରୀମାନେ ଯୋଗ ଦେଇଥିଲେ ।


ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page