ଭଦ୍ରକ-ଯାଜପୁର ଜିଲ୍ଲା ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

୧୮/୦୮/୨୬:(ପ୍ରିୟବ୍ରତ ବାରିକ)ଭଦ୍ରକ-ଯାଜପୁର ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଗ୍ରାଉଣ୍ଡ ଜିରୋ କୁ ଯାଇଛନ୍ତି ରାଜ୍ୟର ମୁଖୀଆ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବାଂଶୀ ସୁରଜ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କୋଶଳ ପୁର ପରେ ପରେ ତରପଦା ପଞ୍ଚାୟତ କୁ ଯାଇ ବନ୍ୟାସ୍ଥିତି ପରଖୀ ଥିବା ବେଳେ ସମୟବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କୋରେଇ ବିଧାୟକ ଆକାଶ ଦାସ ନାୟକ ବନ୍ୟା ସ୍ଥିତିକୁ ଟିକିନିଖି ପରଖିଛନ୍ତି ।

ବନ୍ୟା ଅଞ୍ଚଳର ଲୋକମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମସ୍ୟାର ସମାଧାନ ର ବାଟ କାଢିଛନ୍ତି । ଏହାପରେ ଭଦ୍ରକ ଜିଲ୍ଲା ଗ୍ରସ୍ତ କରି,ବୋଦଳ ପଞ୍ଚାୟତର ଓରାନି ପ୍ରାଥନକ ବିଦ୍ୟାଳୟରେ ଥିବା ରିଲିଫ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ରିଲିଫ୍ କାର୍ଯ୍ୟ ସୂଚାରୁରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିଛନ୍ତି । ଯାଜପୁର ଜିଲ୍ଲାର ପ୍ରାୟ ୧୪୦ରୁ ଅଧିଚ୍ଚ ଗାଁ ଜଳବନ୍ଦୀ ରହିଥିବା ବେଳେ, ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ କୁ ପ୍ରଶାସନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରଭାହିତ ହେଉଥିବାବେଳେ ଜଳସ୍ତର ବଢିଯାଇଛ ।

ଯାଜପୁର ଜିଲ୍ଲାର ବରୀ ବ୍ଲକର ୧୯ଟି ପଞ୍ଚାୟତର ୮୦ଟି ଏବଂ ଦଶରଥପୁର ବ୍ଲକର ୨୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ଘେରାରେ ରହିଛି । ବନ୍ଧ ଘାଇ ଦ୍ଭାଙ୍ଗିବା ସହିତ ଚାଷ ଜମି, ପନିପରିବା ଧାନ ପ୍ରଚୁର ମାତ୍ରାରେ ଫସଲ ନଷ୍ଟ ହୋଇଯାଇଛି । ଆଗକୁ ଲଘୁଚାପ ବର୍ଷା ଯୋଗୁଁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ କୁ ଆଜି ବନ୍ଦ ରଖାଯାଇଛି । ଏହାପରେ ଚାନ୍ଦବାଲି ବ୍ଲକ କୁ ମୁଖ୍ୟମନ୍ତ୍ରୀ ଯାଇ ସ୍ଥିତିକୁ ଅନୁଧ୍ଯାନ କରିଛନ୍ତି । ଚାନ୍ଦବାଲି ବ୍ଲକର ୧୦ଟି ପଞ୍ଚାୟତର ୩୦ ରୁ ଅଧୀକା ଗାଁ ପାଣି ଘେରରେ ଜଳବନ୍ଦୀ ଅଛି । ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି, ସବୁଆଡେ ଖାଲି ପାଣି ଆଉ ପାଣି ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page