ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିଲିକା,୩୦ା୮: ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନିଶା ଦ୍ରବ୍ୟ ସେବନର ଭୟାବହ ପରିଣାମ ଓ ଏହା ଦ୍ଵାରା ସମାଜ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନ କରାଯିବା ସହ ସୁସ୍ଥ ଓ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା।

ଏହି ସଚେତନତା ଅଭିଯାନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଂଶଗ୍ରହଣକାରୀ ସାମିଲ ହୋଇ ନିଶାମୁକ୍ତ ସମାଜ ଗଠନ ଦିଗରେ ନିଜର ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଶାର କୁପରିଣାମ ବିଷୟରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଯୁବଶକ୍ତି ହିଁ ଦେଶର ଭବିଷ୍ୟତ, ତେଣୁ ସମସ୍ତେ ନିଶାମୁକ୍ତ ଭାରତ ଗଠନରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page