ଭୁବନେଶ୍ୱର: ବାବା ବରୁଣେସ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ସାମନ୍ତରାପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଏହାର ଆବଶ୍ୟକ ଅଧିକ ହେଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା I ସମାଜସେବୀ ତ୍ରିଲୋଚନ ଦାଶ ଓ ଉନୟନର ଅନ୍ୟ ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ରକ୍ତଦାନ କରିବା ସହ ସମସ୍ତେ ଏହା ଜାରି ରଖିବାକୁ କହିଥିଲେ I ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା.ଉକ୍ତ ଶିବିର

ରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଉନ୍ନୟନ ପକ୍ଷରୁ କୁହାଯାଇଥିଲା I