ଆଜି ପବିତ୍ର ଅକ୍ଷୟ ତୃତୀୟା; ଅକ୍ଷିମୁଠି ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହୋଇଯାଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବ। ତା’ପରେ ବ୍ରାହ୍ମଣ ମାନେ କୁରାଢିରେ କାଠକୁ ଛୁଇଁଛନ୍ତି । ଏହାପରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ନିର୍ମାଣ ବିଧି। ସେହିପରି ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହୋଇଯାଇଛି ଏହାସହ ଉତ୍କଳୀୟ ପରମ୍ପରା
ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ ହୋଇଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News