ଭାରତୀୟ ସଂସ୍କୁତି ପରମ୍ପରା ମାଧ୍ୟମରେ ବିଶ୍ବ ମାତୂତ୍ବ ଦିବସ ପାଳିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ଗ୍ରାମରେ ବିଶ୍ବ ମାତୂତ୍ବ ଦିବସ ଅବସରରେ ଚରକ ଇନଷ୍ଟିଚ୍ଯୁଟ୍ଅଫ ଯୋଗା ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ସହିତ ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ବୈଦଗୁରୁ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଭଉଣୀଙ୍କର ଗୂହପ୍ରବେଶ ସହିତ ବିଶ୍ବ ମାତୂତ୍ବ ଦିବସ ପାଳିତ ହୋଇଯାଇଥିଲା | ଅତିଥୀ ତଥା ଗାୟତ୍ରୀ ପରିଜନ ଭଦ୍ରକ ଜିଲ୍ଲାର ଜିଲ୍ଲା ପ୍ରଚାରକ ପ୍ରଫ୍ଲୁଲ ରାଉତ, ଜୟନ୍ତ ମଲ୍ଲିକ ଏବଂ ତ୍ରିଲୋଚନ ଜେନା ଦ୍ୱାରା ଦୀପ ପ୍ରଜୋଳନ ସହିତ ଅତିଥିମାନଙ୍କୁ ବନ୍ଦାପନା କରି ନୂତନ ଗୂହକୁ ପ୍ରବେଶ କରାଇଥିଲେ | ପରେ ପରେ ଗାୟତ୍ରୀ ମହାଯଜ୍ଞ ଆରମ୍ଭରେ ବାୟୁଦେବତା, ଜଳ ଦେବତା ଏବଂ ଅଗ୍ନୀ ଦେବତାଙ୍କୁ ମନ୍ତ୍ର ସହିତ ଆହ୍ବାନ କରି ଗାୟତ୍ରୀ ମହାଯଜ୍ଞ ଆରମ୍ଭ କରାଯାଇଥିଲା | ଏହି ଯଜ୍ଞରେ ଡକ୍ଟର ବେହେରାଙ୍କ ଭଉଣୀ ଶୁଭନ୍ଦ୍ରା ମହାଳିକ ଭିଣେଇ ସୁବାଷ ଚନ୍ଦ୍ର ମହାଳିକ ଯଜ୍ଞରେ କର୍ମକାଣ୍ଡ କରି ସବୁ ଦେବାଦେବୀଙ୍କ ମନ୍ତ୍ର ଏବଂ ପୂଜାପାଠ ଦ୍ବାରା ସୁନ୍ଦର ବାତାବରଣ ସୃଷ୍ଠିକରିଥିଲେ | ପରେ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଭାଣିଜୀ, ଭାଣୀଜୀ ଜ୍ବାଇଁ ଯଜ୍ଞରେ ଅଂଶଗ୍ରହଣ କରି ସର୍ବକଲ୍ଯାଣ ନିମନ୍ତେ ମହାମୃତ୍ଯୁଞ୍ଜୟ ମନ୍ତ୍ର ସହିତ ପୁନାହୁତି ଦେଇଥିଲେ | ପରେ ପରେ ୩୮ଜଣ ମା”ଙ୍କ ଉପସ୍ଥିତରେ ବିଶ୍ବ ମାତୂତ୍ବ ଦୀବସ ପାଳିତ ହୋଇଯାଇଥିଲା ମାତୃତ୍ବ ଦୀବସରେ ପ୍ରଫୁଲ୍ଲ ରାଉତ କହିଥିଲେ ଯେ ନାରୀ ହୃଦୟ ପୁନଃ ନିଜ ଶାଶ୍ବତ ନିର୍ମଳ ଅବସ୍ଥାକୁ ନାରୀ ଲକ୍ଷ୍ମୀଙ୍କ ଅବତାର । ଭଗବାନ ମନୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ନାରୀ ଯେଉଁଠି ସମ୍ମାନିତା, ସେଠାରେ ଦେବତା ବାସ କରନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page