ଭୁବନେଶ୍ୱରର: ଭୁବନେଶ୍ୱରର୯ ନମ୍ୱର୍ ସ୍ଥିତ ‘ବୁଦ୍ଧ ମନ୍ଦିରଠାରେ’ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ ତରଫରୁ ‘ପଞ୍ଚମ ନୃତ୍ୟ ମହୋତ୍ସବ’ ର ଆୟୋଜନ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ ,ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ମହୋତ୍ସବ ୧ତାରିଖ (ରବିବାର) ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ନୃତ୍ୟ ମହୋତ୍ସବରେ ସୁନାମଧନ୍ୟ ତଥା ଖ୍ୟାତିସଂପନ୍ନ ଏବଂ ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଅତିଥି ଭାବରେ ଯୋଗଦେଇଥିଲେ। ଅତିଥିମାନେ ହେଲେ ଗୁରୁ ମନୋରଞ୍ଜନ ପ୍ରଧାନ(ପ୍ରଫେସର – ଓଡ଼ିଶୀ ନୃତ୍ୟ ,
ଉତ୍କଳ university ଅଫ କଲ୍ଚର), ଗୁରୁ ମିନତି ପ୍ରଧାନ(ପ୍ରଫେସର – ଓଡ଼ିଶୀ ନୃତ୍ୟ , ଉତ୍କଳ university ଅଫ କଲ୍ଚର), ପ୍ରଦୀପ ବିଶ୍ଵାଳ-IAS ( Retd) (Member, Odisha Real Estate Regulatory Authority), କାଳୀଚରଣ ମିଶ୍ର -Addl Legal Advisor,(CBI)Retd, Member, ISU,CID,CB, Member Odisha High court, Bar Association Cuttack, ଗୁରୁ ଡଃ ଗଜେନ୍ଦ୍ର କୁମାର ପଣ୍ଡା (ଡାଇରେକ୍ଟର – ତ୍ରିଧାରା), ଯସ୍ମିତା ମିଶ୍ର (ଟି ଜି ଟି, ସଂସ୍କୃତ, ବିଜେଇଏମ୍) I କାର୍ଯ୍ୟକ୍ରମର ଉଦଘୋଷିକା ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ଅଲିଭା ଆରତୀ ପଣ୍ଡା। ଏଥିରେ ପ୍ରାୟ ୪୦ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ, ଦ୍ଵେତ ନୃତ୍ୟ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ନୃତ୍ୟ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଗୁରୁ ଗାୟତ୍ରୀ ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ନୃତ୍ୟନିପୁଣା ନୃତ୍ୟ ଶିରୋମଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ଦ୍ୱାରା ଚୟନ କରାଯାଇଥିବା ତଥା ଓଡ଼ିଆ ଭାଷା
ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ପ୍ରେରିତ ହୋଇଥିବା ଦୁଇଗୋଟି ଅନୁଷ୍ଠାନ ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ I ନୃତ୍ୟନିପୁଣା ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କର ଅକ୍ଲାନ୍ତ ପରିଶ୍ରମଦ୍ୱାରା କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳନା ହୋଇପାରିଥିଲା ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ତଥା ଅଭିଭାବକମାନଙ୍କର ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରିଥିଲା। ଶେଷରେ ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।