ପୁରୀରେ ଟ୍ରାଫିକ କଟକଣା

Traffic restrictions in puri for President Droupadi Murmu’s navy day celebration

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପୁରୀରେ ଟ୍ରାଫିକ୍‌ କଟକଣା କରାଯାଇଛି। ଏଥିସହ ନୌସେନା ଦିବସ କାର୍ୟ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୁଲିସ। ଭୁବନେଶ୍ୱରରୁ ଆସୁଥିବା ଦୁଇ ଚକିଆ ଯାନ ବାଟଗାଁଠାରୁ ବାଇପାସରେ ଆସି ହୋଟେଲ ଷ୍ଟଲିଂ ନିକଟରେ ପାର୍କିଂ କରିବେ । ଚାରିଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ। କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ। ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ। ପାସଧାରୀମାନେ ଜେଲ ରୋଡ ଓ ଶରଧାବାଲିରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି। ପୁରୀ ପୁଲିସ ପକ୍ଷରୁ ସାଇନେଜ୍ ଗୁଡ଼ିକ ପ୍ରତି ଛକରେ ଲଗାଯାଇଛି। ପୁଲିସର ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି। ତେଣେ ଆଜି ପାଇଁ ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ ପୌରପାଳିକାରେ ଥିବା ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ମହାମହିମ ରାଷ୍ଟ୍ରପତି ପୁରୀ ଗସ୍ତରେ ଥିବାରୁ ଏବଂ ବହୁ କାର୍ଯ୍ୟକ୍ରମ ରହିଥିବାରୁ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ଟ୍ରାଫିକ୍ କଟକଣାକୁ ଜୋରଦାର କରାଯାଇଥିବା ସୂଚନା ଦିଆଯାଇଛି । ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଏହାର ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲକ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ହେବାକୁ ଥିବା ଏହାର ସୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଦେଶର ସୁରକ୍ଷା କର୍ମୀଙ୍କ ସମରାଭ୍ୟାସ କୁ ଦେଖିବା ସହ ଆମ ଯବାନମାନେ କିପରି ତାଙ୍କ କୌଶଳ ପ୍ରଦର୍ଶନ କରୁଛନ୍ତି ତାହା ମଧ୍ୟ ସେ ଉପସ୍ଥିତ ରହି ଦେଖିବେ । ଏହା ସହ ସାଧାରଣ ଜନତା ମଧ୍ୟ ଏହି ସମରାଭ୍ୟାସକୁ ଉପଭୋଗ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ତଥା ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତରେ ଆହୁରି ଅନେକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News