ଓଡ଼ିଶ ଗ୍ରାମରେ ପବିତ୍ର କୁରାଳ ପଂଚମୀ ପାଳିତ

ଭୁବନ: ସାରା ରାଜ୍ୟରେ ପବିତ୍ର କୁରାଳ ପଂଚମୀ ପାଳନ କରାଯାଇଥିବାବେଳେ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଏହି ପର୍ବ । ଏହି ଉତ୍ସବକୁ ଗ୍ରାମର କୁମ୍ଭାରସାହିରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମ୍ଭାରମାନଙ୍କ ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଥିବା

ଦେଖିବାକୁ ମିଳିଛି । ସାହିର ଯୁବଗୋଷ୍ଠୀ ଏକତ୍ର ହୋଇ ଏହି ଧର୍ମ କାର୍ଯ୍ୟ କରିଆସୁଥିବାବେଳେ ଏବର୍ଷ ଉତ୍ସବକୁ ଆଉ ଟିକେ ଆନନ୍ଦ ମୂଖର କରିବାକୁ ପ୍ରୟାସ କରାଯାଇଛି । ତେଣୁ ପବିତ୍ର କୁରାଳ ପଂଚମୀ ତଥା ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଅବସରରେ ଏକ ପାରାୟଣ କାର୍ଯ୍ୟକ୍ରମ ଉକ୍ତ ସାହିରେ ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପାରାୟଣ କାର୍ଯ୍ୟକ୍ରମକୁ ସୁନାମଧନ୍ୟ ପ୍ରବଚକ ପ୍ରମୋଦ କୁମାର ପଣ୍ଡା ଆସିଥିବାବେଳେ ତାଙ୍କର ଆଧ୍ୟାତ୍ମିକ ତଥା ସୁଲଳିତ କଣ୍ଠରେ ପ୍ରଭୁଙ୍କ ଦିବ୍ୟ ଲୀଳା ବର୍ଣ୍ଣନା କରିଥିଲେ । ଆଗକୁ ଏହି ଉସôବକୁ ଆଡମ୍ବର ସହକାରେ ପାଳନ କରାଯିବାକୁ କହିଛନ୍ତି ଏହି ଯୁବ କର୍ମକର୍ତାମାନେ । ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News