ବରିଷ୍ଠ ପୂର୍ବତନ ଅଧିକାରୀ ସ୍ବର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କ 5ମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା

ସ୍ମୃତି ରେ ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର,25/12/24: କବି, ଲେଖକ,ସମାଜସେବୀ, ତଥା ବରିଷ୍ଠ ପୂର୍ବତନ ଅଧିକାରୀ ସ୍ବର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋଖରୀପୁଟ ସ୍ଥିତ କଳିଙ୍ଗ ପ୍ଲେ ଗୁରୁକୁଳ ଠାରେ ଉତ୍କଳ ବୁଲେଟିନ ଚାରି ଟେବଲ ଟ୍ରଷ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡା, ମୁଖ୍ୟବକ୍ତା ଭାବେ ମୁଗୁପୁର ସମାଚାର

oplus_2

ସମ୍ପାଦକ ମଦନ ମୋହନ ପାଢ଼ୀ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି ଯୋଗ ଦେବା ସହିତ ସ୍ବର୍ଗତ ତ୍ରିପାଠୀ ଜଣେ ନୀତିନିଷ୍ଠ ପ୍ରଶାସକ, ସୁକବି, ସମାଜସେବୀ ସହିତ ଅସହାୟ,ଗରିବ ବ୍ୟକ୍ତି ବିଶେଷଙ୍କ ପ୍ରତି ବିଶେଷ ସହାନୁଭୂତି ରଖିବା ସହ ସର୍ବଦା ସାହାଯ୍ୟ ଓ ସହଯୋଗ କାର୍ଯ୍ୟ ଜାରି ରଖି ଆସୁଥିଲେ I ଆଜିର ପୀଢ଼ି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଏହି ଅବସରରେ କିଛି ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବା ସହ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ସ୍ବର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀ ସ୍ମୃତି ସମ୍ମାନ 2024 ପ୍ରଦାନ କରାଯାଇଥିଲା I ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଶତକ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କ ରେ ସ୍ମୃତି ଚାରଣ କରାଯାଇଥିଲା. ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମମତା ସାହୁ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page