ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

ଭୁବନେଶ୍ୱର: ରାଜଧାନୀର ମୁହଁ କୁହାଯାଉଥିବା ରସୁରଗଡ଼ ବାଣୀ ବିହାର ମଝିରେ ଥିବା ଫ୍ଲାଇଓଭର ନିକଟରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ସକାଳେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ। ଭୋର ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରସୁଲଗଡ଼ରୁ ବାଣୀବିହାର ଜାତୀୟ ରାଜପଥରେ ଏହି ହତ୍ୟାକାଣ୍ଡ ଘଟିଛି। ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ। ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ମୃତଦେହକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ସୂଚନା ଅନୁଯାଯ଼ୀ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ଜଣେ ଯୁବକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏଥିରେ ମୃତ୍ୟୁ ଘଟିଥିବା ଯୁବକଙ୍କ ପରିଚୟ ମିଳିଛି। ଏହି ହତ୍‌ଯ଼ାକାଣ୍ଡ ଏତେ ନୃଶଂସ ଥିଲା ଯେ ଦୁର୍ବୃତ୍ତମାନେ ଯୁବକଙ୍କ ମୁଣ୍ଡକୁ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି। ମୃତକଙ୍କ ନାଁ ସହଦ୍ୱେ ନାୟକ, ତାଙ୍କର ଘର କେଦାରପଲ୍ଲୀ। ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ପୋଲିସ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page