ଖୋର୍ଦ୍ଧା, 10/01/25: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବେଗୁନିଆ ବ୍ଲକ ପୋଡାଡିହ ଠାରେ ଅସହାୟ, ଗରିବ ବ୍ୟକ୍ତିବିଶେଷଙ୍କୁ ମହିମା ସାଧୁ ଜୟରାମ ଦାସ ବାବାଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତି ଙ୍କ ପରିଚାଳନା ଓ ସଂଯୋଜନା ସହିତ ସେବା ସମବାୟ ସମିତିର ସଭାପତି ସୁଦର୍ଶନ ମାଣିକଙ୍କ ଅଧ୍ୟକ୍ଷ ତା ରେ 15 ଜଣ ଅସହାୟ ବ୍ୟକ୍ତିଙ୍କ ପାଇଁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଫାଉଣ୍ଡେସନର

ପରିଚାଳନା ନିର୍ଦ୍ଧେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ବ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ପଦ୍ମ ଚରଣ ବେହେରା, ବାଉରୀ ଶ୍ରୀଚନ୍ଦନ, ସରପଞ୍ଚ ଲତା ସେଠି, ସମିତି ସଭ୍ୟ ଅଲେଖ ବେହେରା ଉପସ୍ଥିତ ରହିବା ସହ ଅସହାୟଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିଥିଲେ I ସମସ୍ତେ ନିଜ ନିଜ ସ୍ତରରେ ଅସହାୟ, ଅଭାବୀ ବ୍ୟକ୍ତିବିଶେଷଙ୍କୁ ସହଯୋଗର ହସ୍ତ ବଢ଼ାଇବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ସାମ୍ବାଦିକତା ଓ ସମାଜସେବା ପାଇଁ ଯୋଗେଶ୍ୱର ପଣ୍ଡାଙ୍କୁ ଅତିଥିମାନେ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମକୁ ହୃଦାନନ୍ଦ ଜେନା ପରିଚାଳନା କରିଥିବା ବେଳେ ଗାୟତ୍ରୀ ସାମନ୍ତ ସହଯୋଗର ହସ୍ତ ବଢ଼ାଇଥିଲେ I