ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା

ଚିଲିକା,୨୮।୧: ଚିଲିକା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ବ୍ଳକ ସ୍ତରୀୟ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ତା ୨୭/୦୧/୨୦୨୫ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଚିଲିକା ବ୍ଳକ ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ବିଚାରକ ବିଦ୍ୟାଧର ଯୁଝାରସିଂହ, ଭଞ୍ଜକିଶୋରସାହୁ, ଅଜିତ ବୋଷ ପରିଦର୍ଶନ ଓ ମୂଲ୍ୟାୟନ କରିଥିଲେ। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପିନାଥ ପ୍ରଧାନ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟେନ୍ଦ୍ର କୁମାର ସ୍ୱାଇଁ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଲଲାଟେନ୍ଦୁ ଦାଶ (ବରିଷ୍ଠ ନିର୍ଦେଶକ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭାରତ ସରକାର, ଭୁବନେଶ୍ୱର) ଓ ସମ୍ମାନିତ ଅତିଥି ଡଃ ମାନସ ରଞ୍ଜନ ବଳିୟାରସିଂହ (ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ପ୍ରଫେସର) ମଧ୍ୟ ପରିଦର୍ଶନ କରିଥିଲେ। ପରିଶେଷରେ ଚିଲିକା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଧୀନାମଞରୀ ବେହେରା ସାଂଗଠନିକ ସଂପାଦକ , ଚିଲିକା ବ୍ଳକର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ ଚିଲିକା ବ୍ଳକର ସମସ୍ତ ସିଆରସିସି ମାନଙ୍କ ସହଯୋଗରେ ପରିଚାଳନା ଓ ସଂଯୋଜନା କରିଥିଲେ। ଉକ୍ତ ବିଦ୍ୟାଳୟର ଶିକ୍ଷକ ଆଲୋକ ପାଟ୍ଟଶାଣୀ ମନ୍ତ୍ର ଉଚ୍ଚାରଣ କରିଥିଲେ ଓ ମଞ୍ଚାସୀନ ଅତିଥି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମାନ୍ୟବର ଶିକ୍ଷା ଅଧିକାରୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ ସହିତ ପିଲାମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ। ରାଖି ବିଶ୍ୱାଳ,ଯୁଗଳ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ (ପ୍ରଥମ)ସୋମ୍ୟଶ୍ରୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ (ଦ୍ଵିତୀୟ)ଓ ଆହୁତି ସେନ,ଆଦର୍ଶ ବିଦ୍ୟାଳୟ ଗଇନଡା(ତୃତୀୟ) ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ପରିଶେଷରେ ସିଆରସିସି ସଞ୍ଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page