ଟିପିଗୁଡା ବ୍ଲକ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କଳାହାଣ୍ଡି ,ଧର୍ମଗଡ଼ ୫/୨(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀଙ୍କୁ ଦାବିପତ୍ର ଦିଆଯାଇ ଥିବାବେଳେ ଏ ସମ୍ପର୍କିତ ଦାବିପତ୍ରର ନକଲ ଆଜି କଳାହାଣ୍ଡି ଜିଲ୍ଲପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ପ୍ରଦାନ କରାଯାଇଛି l ଦାବିପତ୍ର ଦେବା ସମୟରେ ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ସନ୍ତୋଷ ଭୋଇ, ଟିପିଗୁଡା ପୂର୍ବତନ ସରପଞ୍ଚ ଉଗ୍ରେସନ ନାଏକ, ଟିପିଗୁଡା ସମିତି ସଭ୍ୟା ଲତିକା ବାଗଙ୍କ ପ୍ରତିନିଧି ଚନ୍ଦ୍ର ବାଗ, ତେଜନ ଦୁର୍ଗା, ରାଜୀବ ହାତୀ , ସରୋଜ ନାଏକ, ଜଗତରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ l ଟିପିଗୁଡା ଠାରେ ନୂତନ ବ୍ଲକ ଗଠନର ଯଥାର୍ଥତା ଦାବିକରି ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱାନଙ୍କୁ ବ୍ଲକ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିବେଦନ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page