ଲାଞ୍ଜିଗଡ଼ ବ୍ଲକକୁ ଲାଞ୍ଜିଗଡ ଠାରେ ପୁନଃ ସ୍ଥାପନ କରବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

କଳାହାଣ୍ଡି, ୧୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ଜୋନ ଦୁଇ ଅନ୍ତର୍ଭୁକ୍ତ ଥିବା ତେର ଗୋଟି ଗ୍ରାମ ପଞ୍ଚାୟତବାସୀ ଆଜି ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହା ମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ପାଖକୁ ଲାଞ୍ଜିଗଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ସ୍ମାରକ ପତ୍ର ପ୍ରଦାନ କଲେ I ଲାଞ୍ଜିଗଡ ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଧର ପେସନିଆ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ ପରମାନନ୍ଦ ନାଏକ, କୋଷାଧ୍ୟକ୍ଷ ଶ୍ରୀମୁଖ ଅଗସ୍ତି, କାର୍ଯ୍ୟକାରୀ ସମ୍ପାଦକ ଶିଶିର ପୁଝାରୀ, ବସନ୍ତପଡ଼ା ସରପଞ୍ଚ ଚIଞ୍ଚେର ମାଝୀ, ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଚନ୍ଦ୍ରଧ୍ଵଜ ପେସନିଆ, ତ୍ରିନାଥ ମହାଖୁଡ, ଗଙ୍ଗାଧର ମହାଖୁଡ଼, ଲଷ୍ମୀଧର ଚଣ୍ଡୀ, ଶିକ୍ଷାବିତ୍ ଚନ୍ଦ୍ରଚୁଡ ମହାଖୁଡ଼, ଅନନ୍ତ ମହାଖୁଡ, ମାର୍କଣ୍ଡ ଚନ୍ଦନ, ରାଜେନ୍ଦ୍ର ମାଳି, ବରିଷ୍ଟ ସାମ୍ବାଦିକ ମହେଶ୍ୱର ପତି, ଗଜାନନ ବନ୍ଧପାରିଆ, ସେନାପତି ନାଏକ, ମୁରଲୀ ନାଏକ, ବଳରାମ ଗହୀର, ସମିତି ସଭ୍ୟ ପ୍ରଦୀପ ମାଝୀ, ତ୍ରିନାଥ ପାତ୍ର, ହରେକୃଷ୍ଣ ଯୋଶୀ, ଜଗନ୍ନାଥପୁର ସରପଞ୍ଚ ମୁଗାନI ମାଝୀ, ସୁବାଷ ଶୃଗାଳ ଓ ବାମଦେବ ମାଝୀ ସମସ୍ତ ତେର ଗୋଟି ପଞ୍ଚାୟତର ସଦସ୍ୟ ଯାଇ ଦାବି ପ୍ରଦାନ କରିଥିଲେ ଓ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରାଯାଉ ବୋଲି ଜନସାଧାରଣଙ୍କ ଦାବି ଉଠିଛି ତେଣୁ ଦାବି ପତ୍ର ଦିଆଗଲା।

(କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page