ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ-ପାକିସ୍ତାନ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ। ତେଣୁ ଟୁର୍ନାମେଣ୍ଟରୁ ଶୀଘ୍ର ବିଦାୟକୁ ଏଡ଼ାଇବା ପାଇଁ ଏହି ଦଳ ନିଶ୍ଚିତ ଚେଷ୍ଟା କରିବ। ବାଂଲାଦେଶ ବିପକ୍ଷରେ ୬ ଉଇକେଟରେ ବିଜୟ ଫଳରେ ଭାରତର ମନୋବଳ ବହୁ ଉଚ୍ଚରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ୬୦ ରନରେ ହାରିବାପରେ ପାକିସ୍ତାନ ଆଶଙ୍କା ମଧ୍ୟରେ ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page