ଫିରିଙ୍ଗିଆ,୨୩l୨: କାର୍ଯ୍ୟରେ ଲାଗିପାରୁନି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବଜାର ଗୋଷ୍ଠି ଶୌଚାଳୟ। ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ଗୋଷ୍ଟି ଶୌଚାଳୟ। ତେବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧୀନରେ ରହିଛି ସମୁଦାୟ ଚୋବିଷ ଟି ପଞ୍ଚାୟତ ନିତିଦିନ ଶତାଧିକ ଲୋକ ଏହି ବଜାର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଅସିଥାନ୍ତି। ପାଖାପାଖି ଲୋକଙ୍କ ଠାରୁ ଆରମ୍ଭ କରି ଦୂରଦୁରାନ୍ତରର ଲୋକମାନେ ଏହି ବଜାର ଓ ବ୍ଲକ କୁ ନିଜନିଜ କାମ ପାଇଁ ଆସନ୍ତି।ସେପଟେ

ସହରରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ଶୌଚାଳୟ ସମ୍ମୁଖରେ ବଜାରର ଅଳିଆ ଆବର୍ଜନା ଭରପୁର ହୋଇ ପଡ଼ିଥିବାର ଦେଖିବାକୁ ମିଳୁଛି ।ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଫିରିଙ୍ଗିଆ ବଜାରରେ ଥିବା ଶୌଚାଳୟ ଅଚଳ ହୋଇପଡ଼ିଥିବାରୁ ଲୋକେ ଆହୁରି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଲୋକମାନଙ୍କ ସମସ୍ୟାକୁ ଆଖିଆଗରେ ରଖି ତତ୍କାଳୀନ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତଙ୍କ ପ୍ରଚେଷ୍ଟାରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନ୍ଧମାଳ ପଞ୍ଚାୟତ ସମିତି ଫିରିଙ୍ଗିଆ ଦ୍ୱାରା ଗତ ୨୦୨୦/୨୧ ଆର୍ଥିକ ବର୍ଷରେ ଏସବିଏମ ଫଣ୍ଡରୁ ଦୁଇ ଲକ୍ଷ୍ୟ ଦଶ ହଜାର ଓ ସିଏସସି ଫଣ୍ଡରୁ ନବେ ହଜାର ସମୁଦାୟ ତିନି ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏହି ଗୋଷ୍ଠି ଶୌଚାଳୟ ଟି ନିର୍ମାଣ କରାଯାଇଥିଲା। କିଛି ଦିନ ଶୌଚାଳୟଟି ଠିକ ଭାବରେ କାର୍ଯ୍ୟକ୍ଷମ ମଧ୍ୟ୍ୟ ହେଉଥିଲା। କିନ୍ତୁ ତତ୍କାଳୀନ ବିଡ଼ିଓଙ୍କ ଅନ୍ୟତ୍ର ବଦଳି ପରେ ବିଭାଗୀୟ ଉଦାସୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ଧରି ଶୌଚାଳୟଟି କାର୍ଯ୍ୟକ୍ଷମ ନହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି।ଅନ୍ୟପଟେ ଏହି ଶୌଚାଳୟଟି ଅଚଳ ହୋଇ ପଡିରହିଥିବାରୁ ବିଶେଷ କରି ବ୍ଲକ ଓ ବଜାର କୁ ବିଭିନ୍ନ କାମ ପାଇଁ ଆସୁଥିବା ମହିଳା ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ବ୍ଲକ କାର୍ଯ୍ୟାଳୟ ଓ ଫିରିଙ୍ଗିଆ ବଜାରରେ ପରିସରରେ ପିଇବା ପାଣିରେ କୌଣସି ବ୍ୟବସ୍ତା ନଥିବାରୁ ପାଣି ଟୋପାଏ ପାଇଁ ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ତେବେ ବ୍ଲକ କାର୍ଯ୍ୟାଳୟ ଓ ବଜାର ପରିସରରେ ଯଦି ଏଭଳି ଅବ୍ୟବସ୍ଥା ତାହେଲେ ଗ୍ରାମାଞ୍ଚଳ ମାନଙ୍କରେ କିଭଳି ସୁବିଧା ଥିବ ତାହା ଏହି ଘଟଣା ରୁ ଅନୁମାନ କରାଯାଇପାରେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସେପଟେ ସରକାରୀ କା ମାଳ ଦରିଆ ମେ ଡାଳ ଉକ୍ତି ଟି ଏଠି ଜଳଜଳ ହୋଇ ଦେଖାଯାଉଥିବା ବେଳେ ସରକାରୀ ଅର୍ଥ କୁ ବିନିଯୋଗ କରି ନିର୍ମାଣ ହୋଇଥିବା ଶୌଚାଳୟ ବନ୍ଦ ହୋଇ ପଡିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।ଅନ୍ୟ ପଟେ ଏସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ସୁଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ଏହି ଗୋଷ୍ଠି ଶୌଚାଳୟ କୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣ ଙ୍କ ଦାବି ରହିଛି।