ସରକାରୀ ଅର୍ଥ ହଡପ କରି ସରପଞ୍ଚଙ୍କ ୨ ଜଣ ପୁଅ ଗିରଫ

ଭବାନୀପାଟଣାରେ ଭିଜିଲାନ୍ସ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୨୩/୦୨ (ଜଗନ୍ନାଥ ନାଏକ) : ସରକାରୀ ଟଙ୍କା ଆତ୍ମସାତ ମାମାଳରେ ୨ ଜଣ ଗିରଫ ଉଭୟ ନୂଆପଡା ଜିଲ୍ଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ ଉଦ୍ୟାନବନ୍ଧ ର ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ ସତ୍ୟବ୍ରତ ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ର ପିଇଓ ହୋଇଥିବା ବେଳେ ତାଙ୍କ ମାଁ ବିଜୟଲଷ୍ମୀ ବରାଳ କୁରେଶ୍ୱର ପଞ୍ଚାୟତ ର ସରପଞ୍ଚ। ତେବେ ସତ୍ୟବ୍ରତଙ୍କ ମାଁ ବିଜୟଲଷ୍ମୀ ବରାଳଙ୍କ କୁରେଶ୍ୱର ପଞ୍ଚାୟତର

ସରପଞ୍ଚ ଥିବା ଯୋଗୁଁ ସେହି ପଞ୍ଚାୟତର୍ ପିଇଓଙ୍କ ସହିତ ମିଶି ପଞ୍ଚାୟତର ଉନ୍ନତି ପାଇଁ ଆସିଥିବା ଟଙ୍କା କୁ କାମ ନକରି ମିଥ୍ୟା ବିଲ କରିବା ସହ ୭ ଲକ୍ଷରୁ ଊର୍ଦ୍ଧ ଟଙ୍କା କୁରେଶ୍ୱର ପଞ୍ଚାୟତ ଆକାଉଣ୍ଟ ରୁ ଉଠାଇଥିଲେ ଯେଉଁ ଟଙ୍କା ତିନି ମାଁ ପୁଅଙ୍କ ଆକାଉଣ୍ଟ କୁ ଟ୍ରାନ୍ସପର ହୋଇଥିଲା। ଏସ୍ପି, ଭିଜିଲାନ୍ସ କୋରାପୁଟ ଡିଭିଜନ ଜୟପୁର ପ୍ରଦୀପ କୁମାର ଦ୍ବିୱେଦିଙ୍କ ନେତୃତ୍ୱରେ କଳାହାଣ୍ଡି ଭିଜିଲାନ୍ସ ଟିମ, ନୂଆପଡା ଭିଜିଲାନ୍ସ ଟିମ, ଓ ଜୟପୁରର ମିଳିତ ଭିଜିଲାନ୍ସ ଟିମ ଦ୍ୱାରା ଧରାପଡ଼ିଥିଲେ ∣ ନୂଆପଡା ଜିଲ୍ଲା ଭିଜିଲାନ୍ସ ଟିମର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭିଜିଲାନ୍ସ ଟିମ ଅନୁସନ୍ଧାନ କରି କୁରେଶ୍ୱର ପଞ୍ଚାୟତରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୀନବନ୍ଧୁ ବେହେରା, ଡିଏସପି ଭିଜିଲାନ୍ସ

ନୂଆପଡା ୟୁନିଟ, ପ୍ରମିଲା ସୁନା, ଇନ୍ସପେକ୍ଟର ପୋଲିସ ଅଧିକାରିଣୀ ଭିଜିଲାନ୍ସ ଭବାନୀପାଟଣା ୟୁନିଟ, ଆଲୋକ କୁମାର ମହାପାତ୍ର, ଇନ୍ସପେକ୍ଟର ଭିଜିଲାନ୍ସ ଭବାନୀପାଟଣା ୟୁନିଟ, ସନ୍ତୋଷ କୁମାର ମହାନ୍ତି, ଜେଆର. ଷ୍ଟେନୋ ଭିଜିଲାନ୍ସ ଓ/ଓ ଡିଏସପି, ଭବାନୀପାଟଣା ୟୁନିଟ, ଶିବା ପ୍ରସାଦ ପ୍ରଧାନ, ଜେଆର. ଷ୍ଟେନୋ ଭିଜିଲାନ୍ସ ଓ/ଓ ଡିଏସପି, ନୂଆପଡା ୟୁନିଟ, ବେଣୁଧର ବେହେରା, ଏଏସଆଇ ପୋଲିସ ଭିଜିଲାନ୍ସ ଭବାନୀପାଟଣା ୟୁନିଟ, ଆନନ୍ଦ ବେହେରା, କନଷ୍ଟେବଲ ଭିଜିଲେନ୍ସ ନୂଆପଡା ୟୁନିଟଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତରେ କୁରେଶ୍ୱର ପଞ୍ଚାୟତ ପିଇଓ ବରୁଣ ଦାଶ ଏବଂ ସରପଞ୍ଚ ବିଜୟଲକ୍ଷ୍ମି ବରାଳଙ୍କ ଜ୍ଏଣ୍ଟ ଦସ୍ତଖତରେ ବିନକାମରେ ଟଙ୍କା ଉଠାଇ ପର୍ଯ୍ୟାୟ କ୍ରମେ ସରପଞ୍ଚ ଏବଂ ତାଙ୍କ ୨ଜଣ ପୁଅଙ୍କ ଏକାଉଣ୍ଟକୁ ଟଙ୍କା ଯାଇଥିବା ଜଣା ପଡିଥିଲା। ଭିଜିଲାନ୍ସ ବିଭାଗ ସରକାରୀ ଅର୍ଥ ଆତ୍ମସାତ ନେଇ ସ୍ପଷ୍ଟ ହେବାପରେ କୁରେଶ୍ୱର ପଞ୍ଚାୟତ ର ସରପଞ୍ଚଙ୍କ ୨ଜଣ ପୁଅ ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ସିଏଫସି ଏବଂ ଏସ ଏଫସି ଆର୍ଥିକ ପାଣ୍ଠି ରୁ କୁରେଶ୍ୱରେ ଗ୍ରାମପଞ୍ଚାୟତ ରେ ହାଇମାକ୍ସ ଲାଇଟ୍, ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ସହ ଜିମ୍ ସାମଗ୍ରୀ କୁରେଶ୍ୱର ପାର୍କ ରେ ସ୍ଥାପନ କରିବା ନେଇ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ଆର୍ଥିକ ଅର୍ଥ ଆତ୍ମସାତ କରିଛନ୍ତି। ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳଙ୍କ ଅବଗତ ରେ ଏହି ଅର୍ଥ ଆତ୍ମସାତ ହୋଇଥିବା ବିଭାଗ ପକ୍ଷ ରୁ ପ୍ରକାଶ। ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ପାଇଁ ସରପଞ୍ଚ ଙ୍କ ପୁଅ ତଥା କାର୍ଯ୍ୟ ନିର୍ବାହୀଙ୍କ ଭାଇ ଙ୍କ ବ୍ୟାଙ୍କ୍ ଖାତାରେ ୪ ଲକ୍ଷ ୨୦ ହଜାର ଟଙ୍କା ଜମା ହୋଇଅଛି। ସେହିପରି ୩ ଲକ୍ଷ ୯୮୧ ଟଙ୍କା କୁରେଶ୍ଵର ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବରୁଣ ବରାଳଙ୍କ ଖାତାରେ ଜମା ହୋଇଛି। ସରକାରୀ ଅର୍ଥ କୁ ଗୋଟିଏ ପରିବାର ସମସ୍ତେ ମିଳିତ ରୂପେ ଆତ୍ମସାତ କରିଥିବା ଅଭିଯୋଗ ଆସିଛି। ଏହି ମାମଲାରେ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମି ବରାଳ ଓ ପିଇଓ ବରୁଣ ଦାଶଙ୍କ ବିରୁଦ୍ଧରେ ଅଧିକ ତଦନ୍ତ ଚାଲିଛି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page