ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଦୁବାଇ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନ୍ କରିଥିଲା। ଫଳରେ ଭାରତ ଆଗରେ ୨୪୨ ରନ୍ର ବିଜୟ ଟାର୍ଗେଟ ରଖିଥିଲା ପାକିସ୍ତାନ। ଟାର୍ଗେଟ ବଡ଼ ନ ଥିବାରୁ ଭାରତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୦ ରନକରି ଆଉଟ ହୋଇ ଯାଇଥିଲେ ହେଁ ଶୁବମନ ଗିଲ୍ ଓ ବିରାଟ କୋହଲି ଦ୍ୱିତୀୟ ଉଇକେଟରେ ୬୯ ରନ ଯୋଡ଼ି ଇନିଂସ ସମ୍ଭାଳି ଥିଲେ। ଗିଲ୍ ୪୬ ରନ୍ କରି ଆଉଟ ହୋଇ ଯାଇଥିଲେ। ତେବେ ଚମତ୍କାର ବ୍ୟାଟିଂ କରିଥିଲେ କିଙ୍ଗ୍ କୋହଲି। ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଥିବା ବେଳେ କ୍ୟାଚ ନେବାରେ ମଧ୍ୟ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page