ଜନଔଷଧି ସପ୍ତାହ ଅବସରରେ ଭୁବନେଶ୍ୱରରେ ‘ସଂଯୁକ୍ତ ଚେତନା ଅଭିଯାନ’ ପଦଯାତ୍ରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଜନଔଷଧି ସପ୍ତାହ (୧-୭ ମାର୍ଚ୍ଚ) ଅବସରରେ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର୍ ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ‘ସଂଯୁକ୍ତ ଚେତନା ଅଭିଯାନ’ ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ପଦଯାତ୍ରାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ନୋଡାଲ ଅଫିସର ଏବଂ ରାଜ୍ୟ ପ୍ରଭାରୀ ଦେବେନ୍ଦ୍ର ନାୟକ (ଜନଔଷଧି, ରସାୟନ ଏବଂ ସର୍ବଖାଦ୍ୟ ମନ୍ତ୍ରଣାଳୟ, ଭାରତ ସରକାର) ପଦଯାତ୍ରାକୁ ପରିଚାଳନା କରିଥିଲେ। ଏହି ଅଭିଯାନରେ ୭ ନମ୍ବର ୱାର୍ଡ଼ କର୍ପୋରେଟର ଯଶୋଧାରା ପ୍ରଧାନ, ୩ ନମ୍ବର ୱାର୍ଡ଼ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା, ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ବରିଷ୍ଠ ପଦାଧିକାରୀ ଏବଂ ଶତାଧିକ ସ୍ଥାନୀୟ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅପରାଜିତା ଷଡଙ୍ଗୀ କହିଛନ୍ତି,- “ଜନଔଷଧି ଉଦ୍ୟୋଗ ଜଣେ ସାଧାରଣ ମାନବଙ୍କୁ ନ୍ୟୁନ ମୂଲ୍ୟରେ ଉତ୍ତମ ଗୁଣବତ୍ତା ଯୁକ୍ତ ଔଷଧ ଯୋଗାଇ ଦେବା ନିମନ୍ତେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ। ଏହି ଅଭିଯାନ ମାଧ୍ୟମରେ ଆମେ ଅଧିକ ସଂଖ୍ୟକ ଲୋକଙ୍କୁ ଏହି ଯୋଜନା ବିଷୟରେ ସଚେତନ କରିପାରିବା।” ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, “ସ୍ୱାସ୍ଥ୍ୟ ସେବା ଏବଂ ଉଚ୍ଚ ଗୁଣବତ୍ତା ଥିବା ଜନଔଷଧି ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଏହି ଅଭିଯାନ ଦ୍ୱାରା ଆମେ ଜନସାଧାରଣଙ୍କୁ ଏହି ଅବସରର ଗୁରୁତ୍ୱ ବିଷୟରେ ଅଧିକ ଜାଣିବାର ସୁଯୋଗ ଦେଇପାରିବୁ।”

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page