ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଚିଲିକା: ନାଚୁଣୀ ଗୋଦାବରୀ ସରକାରୀ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ପ୍ରଧାନ ଶିକ୍ଷକ ବସନ୍ତ ଶଵରଙ୍କ ଅଧ୍ୟକ୍ଷତାରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ ମୋନିକା ମହାରଣା ଙ୍କ ସ°ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ୧୯୬୦ ମସିହାରେ ଶିକ୍ଷା ର ବିକାଶ ଲକ୍ଷ୍ୟରେ ଅଞ୍ଚଳର ଶିକ୍ଷାପ୍ରେମୀ ସ୍ବର୍ଗତ ଗୋଦାବରୀଶ ମହାପାତ୍ର ( ତୃତୀୟ ଗୋଦାବରୀଶ ନାମରେ ଖ୍ୟାତ)ଙ୍କ ଦ୍ଵାରା ସ୍ଥାପିତ ଏହି ମହାନ ଶିକ୍ଷାନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରି ଏହାର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠପଢି ନିଜକୁ ତଥା ଏହି ଶିକ୍ଷାନୁଷ୍ଠାନ ର ସମୃଦ୍ଧି ପାଇଁ ଅହରହ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଚିଲିକା ବିଧାୟକ ଡ଼ାକ୍ତର ବିଭୂତି ଭୂଷଣ ହରିଚନ୍ଦନ ନିଜର ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମନ ଦେଇ ପାଠପଢିଵା ସହ ନିଜର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ପରାୟଣ ହୋଇ ଭଲ ମଣିଷ ଟିଏ ହେବାକୁ ଶୁଭକାମନା ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପ୍ରଫେସର ଗଙ୍ଗାଧର ପ୍ରଧାନ, ଆଲମୁନି ସଭାପତି ବସନ୍ତ କୁମାର ସାହୁ, ନାଚୁଣୀ ପଞ୍ଚାୟତ ର ସରପଞ୍ଚ ସ୍ବପ୍ନା°ଜଳି ପଲାଇ ଓ ସମିତି ସଭ୍ୟ ବିରଞ୍ଚି ନାରାୟଣ ରାଉତ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୋଷ କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମାଲ୍ୟାର୍ପଣ କରି ଧୁପପୁଷ୍ପ ଓ ପ୍ରଦୀପ ପ୍ରଜ୍ବଳନ କରି ଥିଲେ। ଶିକ୍ଷକ ରାମଚନ୍ଦ୍ର ଦାଶ ଵେଦପାଠ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସ°ଗୀତ ଓ ଉତ୍କଳ ବନ୍ଦନା ଗାନ କରାଯାଇଥିଲା। ଶିକ୍ଷୟିତ୍ରୀ ମୋନିକା ମହାରଣା ସ୍ବାଗତ ଭାଷଣ ଓ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ଦେଇ ବିବରଣୀ ପାଠ କରିଥିଲେ। ପ୍ରଧାନ ଶିକ୍ଷକ ବସନ୍ତ ଶଵର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ସହିତ ନିଜର ବକ୍ତବ୍ୟ ରେ ଶିକ୍ଷାନୁଷ୍ଠାନ ର ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ନିକଟରେ ଅକାଳ ମୃତ୍ୟୁ ବରଣ କରିଥିବା ଏହି ଶିକ୍ଷାନୁଷ୍ଠାନ ର ଆଲମୁନି ମେଧାବୀ ଛାତ୍ର ଇ° ସାଇ ତତସତ ମିଶ୍ର ଙ୍କ ସ୍ମୃତି ରେ ତାଙ୍କର ଉଭୟ ଆଲମୁନି ପିତାମାତା ଯଥା ନିକଟସ୍ଥ ହାଟବରଡିହ ସ୍ଥିତ ଚିଲିକା ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ଦାଶ ଓ ଅବସରପ୍ରାପ୍ତ ସରକାରୀ ଅଧିକାରୀ ସତ୍ୟନାରାୟଣ ମିଶ୍ର ଙ୍କ ଦ୍ଵାରା ପ୍ରଦତ୍ତ ଶ୍ରେଷ୍ଠ ବିଦ୍ୟାର୍ଥୀ ସମ୍ମାନ ସମେତ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ସ°ପାଦନରେ ବରିଷ୍ଠ ଶିକ୍ଷକ ବାଣୀକାନ୍ତ ସାହୁ,
ସୈ।ମ୍ୟକାନ୍ତ ସାହୁ, ଶିକ୍ଷୟିତ୍ରୀ ସୋନାଲି ନାୟକ, ବନିତା ପରିଡ଼ା, ନିହାରିକା ପାଇକରାୟ, ସୁନିଲ କୁମାର ସାହୁ, ରଞ୍ଜିତ କୁମାର ସାହୁ, ହିରଣ୍ୟ କୁମାର ଜାଲି, ବିଶ୍ବ ଭୁଷଣ ହରିଚନ୍ଦନ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ, ଏସ୍ ଏମ ସି କମିଟି ର ସମସ୍ତ ସଭ୍ୟ ସଭ୍ୟା ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page