ନିର୍ମାଣ ଅନୁଷ୍ଠାନରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଅନ୍ତା: ବାଳକାଟିର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ ଅଫ ଇନଷ୍ଟିଚୁଟର ଅଡିଟୋରିଆମରେ ବିଶ୍ଵ ମହିଳା ଦିବସ ଖୁବ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁଷ୍ଠାନର ଅଧକ୍ଷ ସିଦ୍ଧେଶ୍ଵର ମହାନ୍ତି, ସଭାପତିତ୍ଵ କରିଥିବା ବେଳେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ଓଡ଼ିଆ ଚଳଚିତ୍ରର ସଂଳାପ ଲେଖକ ଡକ୍ଟର ରଜନୀ ରଞ୍ଜନ ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମାଜରେ ମହିଳାମାନଙ୍କର ବିଶେଷ ଅବଦାନକୁ ଭୂୟଶୀ ପ୍ରସଂଶା କରିଥିଲେ। ଶିକ୍ଷା, ସଂସ୍କୃତି ଓ ସମାଜ ସେବା ପାଇଁ ୨୫ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାସୁଦେବ ଆଚାର୍ଯ୍ୟ ପରିଚାଳନା କରିବା ସହ ଅନୁଷ୍ଠାନର ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ନାରୀର ଭୂମିକା ଉପରେ ସଂଗୀତ, ନୃତ୍ୟ ଏବଂ ନାଟକ ପରିବେଷଣ କରଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page