ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ : ଦାରିଙ୍ଗବାଡି ବ୍ଲକ ନାରୀ ମହାସଂଘ ର ଲୋଗ ଉନ୍ମୋଚିତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ନାରୀନେତ୍ରୀ ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ,କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ବିଧାୟକ ପ୍ରଧାନ ପିଟର ଦିଗାଲ, ଜିଲାପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ମହିଳାଙ୍କୁ ମହିଳା ଦିବସର ଉଦ୍ଦେଶ୍ୟ, ଗୁରୁତ୍ୱ ସହ ମହିଳା ହିଂସା ରୋକିବା ଦିଗରେ ପଦକ୍ଷେପ ସହ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା। ସଙ୍ଗଠନ ପକ୍ଷରୁ ସଭା ଓ ଶୋଭାଯାତ୍ରା ର ଆୟୋଜନ କରାଯାଇ ମହିଳାମାନେ ତାଙ୍କୁ ମଦ ନାହିଁ ପାଣି ଦରକାର ବୋଲି ଦାବି କରିଥିଲେ। ସମସ୍ତେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ବେଟି ବଞ୍ଚାଅ ବେଟି ପଢ଼ାଅ, ଶିକ୍ଷିତ ନାରୀ ଦେଶର ଶିରି ବୋଲି କହିବା ସହ ଏକାକୀ ନାରୀଙ୍କୁ ଘର ଯୋଗାଇଦେବା ଆଦି ଦାବି କରିଥିଲେ। ଉପସ୍ଥିତ ଅତିଥି ମାନଙ୍କ ଉପସ୍ଥିତି ରେ ନାରୀ ମହସଂଘ ର ଲୋଗ ଉନ୍ମୋଚନ କରାଯାଇ ଥିଲା। ସେହିପରି ବ୍ରାହ୍ମଣୀଗାଁ ରେ ଆଞ୍ଚଳିକ ମହିଳା ସଙ୍ଗଠନ ପକ୍ଷରୁ ରାଲୀ ଶୋଭାଯାତ୍ରା କରି ମଦ ବିକ୍ରି ବନ୍ଦ କର, ନାରୀ ନିର୍ଯାତନା ବନ୍ଦ କର ପଠୋଇ ନାରୀ ଦେଶର ଶିରି, ବାଲ୍ୟ ବିବାହ ବନ୍ଦ କର ଆଦି ନାରା ଦେଇ ନଗର ପରିକ୍ରମା କରି ସଚେତନା ବାର୍ତ୍ତା ଦେଇଥିଲେ। ପରେ ସେମାନେ ସ୍ଥାନୀୟ ହାଟ ପଡ଼ିଆ ଠାରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ, ଉକ୍ତ ବୈଠକରେ ନାରୀ ମାନଙ୍କ ସାମାଜିକ ସୁରକ୍ଷା ଓ ଆତ୍ମ ନିର୍ଭର ଶିଳ ଉପରେ ଆଲୋଚନା କରାଯାଇ ଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page