କଳାହାଣ୍ଡି,୧୧|୩: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ଯକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ । ବ୍ଲକ ଅଧ୍ଯକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି ରେ ସାମିଲ ଥୂବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି । ଏହି ବ୍ଲକରେ ୧୧ଟି ପଞ୍ଚାୟତ ରହିଛି । ସମୁଦାୟ ୨୨ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟରୁ ୧୯ଜଣ ଧର୍ମଗଡ

ଉପଜ଼ିଲ୍ଲାପାଳ ଙ୍କ ପାଖରେ ଅନାସ୍ଥା ଆଗତ ପାଇଁ ଫେରାଦ ହୋଇଛନ୍ତି । ବ୍ଲବ ଅଧ୍ଯକ୍ଷା ମୋତି ବିହାର କୈଣସି ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ମତାମତକୁ ସମ୍ମାନ ଦେଉନାହାନ୍ତି । ତାଙ୍କର ଏକ ଚାଟିଆ କାରବାର ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଗତକାଲି ଉପଜିଲ୍ଲାପାଳ ଏହି ଅଭିଯୋଗକୁ ଗୁରୁତର ସହ ବିଚାରକୁ ନିଆଯିବ ବୋଲି କହିଛନ୍ତି । ଏବେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟ ମିଳିପା ପାରିନାହିଁ ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ