ଗଛ କୁ ପିଟିଲା କୋଲଡ଼ ଡ୍ରିଂକ୍ସ ବୋଝେଇ ଟ୍ରକ

କନ୍ଧମାଳ: ଭରସାମ୍ୟ ହରାଇ ଜାତୀୟ ରାଜପଥ ରାସ୍ତା କଡରେ ଥିବା ଗଛ କୁ ପିଟିଲା କୋଲଡ଼ ଡ୍ରିଂକ୍ସ ବୋଝେଇ ଟ୍ରକ l ଦୁର୍ଘଟଣା ରେ ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର ଓ ହେଲ୍ପର l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା 59 ନମ୍ବର ଜାତୀୟ ରାଜପଥ ର ମିଡ଼ିଆପାଙ୍ଗା ନିକଟରେ ଘଟିଛି ଦୁର୍ଘଟଣା l ଟ୍ରକ ଟି କୋଲଡ଼ ଡ୍ରିଂକ୍ସ ନେଇ ଭୁବନେଶ୍ୱର ରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା l ତେବେ ଟ୍ରକ ଦୁର୍ଘଟଣା ସମୟରେ ଡ୍ରାଇଭର ଓ ହେଲ୍ପର ଡେଇଁ ପଡ଼ିଥିବା ବେଳେ ଉଭୟ ସୁରକ୍ଷିତ ଥିବା ଜଣା ପଡିଛି l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଚଳାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page