ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବାଣପୁର: ବାଣପୁର ବ୍ଲକର ଭାଲିଆବାଡି କ୍ଳଷ୍ଟରର ବାଂଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନର ନିରନ୍ତର ସେବା ଓ ଶିକ୍ଷାଦାନ କରି ଏକ ନିଆରା ପରମ୍ପରା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ସେଣ ୩୧/୩/୨୦୨୫ରେ ସରକାରୀ ଆଦେଶ ମୁତାବକ ଅବସର ଗ୍ରହଣ କରୁଛନ୍ତି। ବିଦ୍ୟାଳୟର ପରିବେଶ ଠାରୁ ଆରମ୍ଭ କରି ଶ୍ରେଣୀଗୃହର ସାଜସଜ୍ଜା ପର୍ଯ୍ୟନ୍ତ, ପିଲାମାନଙ୍କର ଶୈକ୍ଷିକ ବିକାଶ ଠାରୁ ଆରମ୍ଭ କରି ନୈତିକ ବିକାଶ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା। ବିଦ୍ୟାଳୟ ଏଭଳି ଏକ ଅମୁଲ୍ୟ ମୋତିକୁ ହୁଏତ ଆଉ ପାଇ ନପାରେ, କିନ୍ତୁ ତାଙ୍କର ବିଦ୍ୟାଳୟ ପ୍ରତି ଅହେତୁକ ଅବଦାନ ପାଇଁ ବିଦ୍ୟାଳୟ ସେ ମହାନ୍ ବ୍ୟକ୍ତିଙ୍କୁ ଚିରଦିନ ପାଇଁ ମନେରିବ। ତେଣୁ ସେଭଳି ଜଣେ ମହାନ୍ ଆଦର୍ଶ ଶିକ୍ଷକଙ୍କ ପାଇଁ ଆଜି ଏ ବାଣପୁର ମାଟି ଗର୍ବିତ। ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପ୍ରାକ୍ତନ୍ ସରପଞ୍ଚ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ଜିତେନ୍ଦ୍ର ଭୋଳ ତଥା ସରପଞ୍ଚ ସାବିତ୍ରୀ ଭୋଳ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଶିବ ପ୍ରସାଦ ମିଶ୍ର ପୂର୍ବତନ ଶିକ୍ଷକ ସଂଘ ସଭାପତି , ବାଣପୁର ଉକ୍ତ ସଭାରେ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ପୂର୍ବତନ ଶିକ୍ଷକ ତଥା ସାହିତ୍ୟିକ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ବାଳ ମୁକୁନ୍ଦ ଦାସ, ବିଭୂତି ଭୂଷଣ ଦାସ , ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ ସଭା ରେ ଅତିଥି ରୂପେ ଯୋଗଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ଓ ମୂଖ୍ୟ ଅତିଥି ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବାଁଳୋଇ ଗ୍ରାମର ଗ୍ରାମବାସୀ ଙ୍କ ଦ୍ଵାରା ସଂକୀର୍ତନ କରି ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଗାଁ ପରିକ୍ରମା କରି ଶିକ୍ଷକଙ୍କୁ ନିଜ ଗ୍ରାମରେ ସମ୍ମାନର ସହିତ ପହଞ୍ଚାଇ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବିନ୍ଦ୍ର ନାୟକ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page