ଓଷ୍ଟା ସଂଘ ତରଫରୁ ମୃତ କର୍ମଚାରୀଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ

ବେତନଟୀ: ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ମେର୍ଦା ହାଇସ୍କୁଲ ର ପିଅନ ୰ ତିମିର କୁମାର ଓଝା ଅକାଳ ବିୟୋଗ ଘଟିଥିଲା।ଭାଗ୍ୟର ବିଡମ୍ବନା ଏମିତି କି ଏକବର୍ଷ ତଳେ ତାଙ୍କର ସ୍ତ୍ରୀ ଙ୍କର ମଧ୍ଯ ଅଜଣା ରୋଗରେ ଦେହାନ୍ତ ଘଟିଥିଲା।ଏବେ ତାଙ୍କର ତିନୋଟି ଅନାଥ ପଲାଙ୍କୁ ଛାଡିଦେଲେ ଆଉ କେହି ନାହାନ୍ତି।ଏହି ଅନାଥ ପିଲା ମାନଙ୍କ ଭିତରେ ଦୁଇଟି ଝିଅ ଏବଂ ଗୋଟିଏ ସାନ ପୁଅ ଅଛନ୍ତି।ତାଙ୍କର ପୈତୃକ ଗୃହ ବେତନଟୀ (ସୁଖିଲାହାର) ଠାରେ ଏହି ପଲା ମାନଙ୍କ ସହିତ ତାଙ୍କର ପରିବାର ବର୍ଗଙ୍କ ପକ୍ଷରୁ କ୍ରିୟାକର୍ମ ସମ୍ପାଦିତ ହୋଇଯାଇଛି।ଓଷ୍ଟା ଶିକ୍ଷକ ସଂଘ ର ଜିଲ୍ଲା ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଏକ ପ୍ରତନିଧି ମଣ୍ଡଳୀ ମୃତକଙ୍କ ଘରେ ପହଞ୍ଚି ଅନାଥ ପିଲାମାନଙ୍କୁ ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ କରିଥିଲେ। ସେହିଭଳି ମେର୍ଦା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ହେମ୍ବ୍ରମ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମଧ୍ୟ ତାଙ୍କ ପରିବାରର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ଯ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଷ୍ଟା ର ବ୍ଲକ୍ ସମ୍ପାଦକ ସୁର୍ଯ୍ୟାନନ୍ଦ ନାୟକ,ଉପ ସଭାପତି ପ୍ରକାଶ କେଶରୀ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page