ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଜଣେ ଅଟୋ ଚାଳକ ବାଲଖମାରରୁ ଜଣେ ଯାତ୍ରୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିଲେ। ସେତିକିବେଳେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ଏକ ଗଛ ଭାଙ୍ଗି ଅଟୋ ଉପରେ ପଡିଥିଲା। ଫଳରେ ଯାତ୍ରୀଙ୍କ ସହ ଅଟୋ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇଁ ପୁଇଁତଲା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ ପଠାଇଥିଲେ। ମୃତ ଯାତ୍ରୀ ଜଣକ ତଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ଡ୍ରାଇଭର ଜଣଙ୍କ ବାଲଖମlର ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ଗଛ କଟା କାର୍ଯ୍ୟ ଆରମ୍ଭ କରିଛନ୍ତି। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page