ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

କୋକସରା:(ଚକ୍ରଧର ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତିଟି ବ୍ଳକ ଏବଂ ଜିଲ୍ଲା ମାନଙ୍କରେ ଜାତୀୟ ପଞ୍ଚାୟତ ରାଜ ଦିବସ ୨୪ ଅପ୍ରେଲ ଗୁରୁବାର ସରକାରୀ ସ୍ତରରେ ପାଳିତ ହୋଇ ଯାଇଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ଏହି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ କାଉଡୋଲା ପଞ୍ଚାୟତ ସରପଞ୍ଚ ଦେବି ସିଂ ତାଣ୍ଡି ଙ୍କୁ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ ପାଣ୍ଠି କୁ ଉଚିତ ସମୟରେ କାର୍ଯ୍ୟ ସମ୍ପାଦନ କରିବା ସହ ପଞ୍ଚାୟତ ର ବିକାଶ କ୍ଷେତ୍ରକୁ ଆଗକୁ ବଢ଼ାଇବାରେ ତାଙ୍କ ନିର୍ଣ୍ଣାୟକ ଭୂମିକା ରହିଥିବା ନେଇ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବାନୀପାଟଣା ଠାରେ ମାନପତ୍ର ସହ ପାଞ୍ଚ ଲକ୍ଷ ଅଣାଅଶି ହଜାର ସାତସହ ଦଶ ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା। ତାଙ୍କ ସହିତ କୋକସରା ବ୍ଲକ ର ଆଉ ପାଞ୍ଚଗୋଟି ପଞ୍ଚାୟତ ସରପଞ୍ଚ ମାନଙ୍କୁ ମଧ୍ୟ ଜିଲ୍ଲାପାଲ ପାୱାର ସଚିନ୍ ପ୍ରକାଶଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ପଟ୍ଟନାୟକ , ସିଡିଓ ଦୟାମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ମାନପତ୍ର ସହ ଚେକ୍ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ସରପଞ୍ଚ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page