ଭୁବନେଶ୍ୱର: ସଦ୍ଗୁରୁ ଠାକୁର ସ୍ୱାମୀ ନିଗମାନନ୍ଦଙ୍କ ପ୍ରତି ସମର୍ପିତ ସନ୍ଥ, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ରୁଦ୍ର ବିହାରଠାରେ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ଓ ପୂଜ୍ୟ ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଶ୍ରମ ପରିସରରେ ମଙ୍ଗଳବାର ମଧ୍ୟାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ୱାମୀ ବ୍ରହ୍ମାନନ୍ଦ କହିଲେ ଯେ ସ୍ୱନକ୍ଷତ୍ର ପାଳନ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରମ୍ପରା। ଆମ ସଂସ୍କୃତିରେ ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମଦିନକୁ ରାମ ନବମୀ ଭାବେ ପାଳନ କରୁଥିବା ବେଳେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବା ସ୍ୱନକ୍ଷତ୍ର ଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ପାଳନ କରିଥାଉ। ସ୍ୱନକ୍ଷତ୍ରରେ ଆମେ ଘିଅଦୀପ ଜାଳି ଅଗ୍ନିଙ୍କୁ ଆବାହନ ପୂର୍ବକ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସମୟରେ ସ୍ୱନକ୍ଷତ୍ର ପାଳନ କରି ବ୍ୟକ୍ତିଙ୍କୁ ଏକ ସକରାତ୍ମକ ମାନସିକତାରେ ବଞ୍ôଚବା ପାଇଁ ଉତ୍ସାହିତ କରିଥାଉ। ମୁଖ୍ୟ ଅତିଥି ଦୈନିକ ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ, ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ପାଳନ କରି ଆମେ ନିଜେ ନିଜକୁ ଗୌରବାନ୍ୱିତ ମନେ କରୁଛୁ। ସ୍ୱାମିଜୀ ସାରା ଭାରତବର୍ଷ ବୁଲି ନିଜର ସାଧକ ଜୀବନକୁ ବିଭିନ୍ନ ଦୃଷ୍ଟିକୋଣରୁ ପରିପୁଷ୍ଟ କରିଛନ୍ତି। ସମଗ୍ର ଜୀବନକାଳ ମଧ୍ୟରେ ସେ ଯେଉଁ ଅନୁଭବ ପାଇଛନ୍ତି, ବର୍ତ୍ତମାନ ସମୟ ଆସିଛି ସେ ତାହାକୁ ତାଙ୍କ ଭକ୍ତଶିଷ୍ୟଙ୍କ ନିକଟରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ସମାଜର କଲ୍ୟାଣ ହେବା ସହ ବ୍ୟକ୍ତିର ମଧ୍ୟ ମଙ୍ଗଳ ହେବ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ଡଃ ନଟବର ଶତପଥୀ, ଐତିହାସିକ ତଥା ଆଚାର୍ଯ୍ୟ ଜୟଦେବଙ୍କ ପ୍ରତି ସମର୍ପିତ ପ୍ରାଣ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ସ୍ମାରକୀ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଅତିଥି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ଧାର୍ମିକ ଜଗତରେ ସ୍ୱାମୀ ବ୍ରହ୍ମାନନ୍ଦ ଏକ ଅନନ୍ୟ ପ୍ରତିଭା ବୋଲି କହିବା ସହ ସ୍ୱାମିଜୀ ଆମର ଇଷ୍ଟଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ପ୍ରାଣ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କୁ ଜଣେ ସିଦ୍ଧ ପୁରୁଷ ଭାବେ ବର୍ଣ୍ଣନା କରିବା ସହ ସ୍ୱାମିଜୀଙ୍କ ସ୍ପଷ୍ଟବାଦୀତା ତାଙ୍କୁ ଆଜି ଜଣେ ଶ୍ରେଷ୍ଠ ସନ୍ଥ ଭାବେ ପ୍ରମାଣିତ କରିଛି। ସେ ଆହୁରି କହିଲେ ଯେ, ସନ୍ଥର ସମସ୍ତ ଲକ୍ଷ୍ୟଣ ସ୍ୱାମୀ ବ୍ରହ୍ମାନନ୍ଦଙ୍କଠାରେ ଦେଖିବାକୁ ମିଳିଥାଏ। ସ୍ୱାଗତ କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ବୈଷ୍ଣବ ଜଗତର ଅନନ୍ୟ ସାଧୁ ବିପିନ ବାବା କହିଲେ ଯେ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କେବଳ ଜଣେ ସାଧକ ନୁହଁନ୍ତି, ସେ ଜଣେ ଯୋଗୀ ଗୁରୁଷ ଓ ଆମ ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ପ୍ରାଣ। ସେ ଜ୍ଞାନର ଭଣ୍ଡାର ହୋଇ ମଧ୍ୟ ନିଜକୁ ଅତି ନ୍ୟୁନ ମନେ କରନ୍ତି ଯାହା ସାଧୁର ପ୍ରକୃତ ଲକ୍ଷ୍ୟଣ। ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତି ସମର୍ପିତ ପ୍ରାଣ ବାବା ପ୍ରଣବାନନ୍ଦ ଦାସ ମନୁଭାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ୱରଞ୍ଜନ, ବାସ୍ତୁବିତ ଡଃ ମନୋଜ ଲେଙ୍କା, ଡଃ ଅସିତ ମହାନ୍ତି ସ୍ୱାମିଜୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡା ଆଲୋକ କୁମାର ସାହୁ, ଡଃ ପ୍ରଭାତ କୁମାର ମହାପାତ୍ର, ଗାୟକ ସୌରଭ ରବିନାରାୟଣ ତ୍ରିପାଠୀ, କୈଳାସ ଚନ୍ଦ୍ର ସାହୁ, ଫୋକସର ପ୍ରତିଷ୍ଠାତା ସୁଧାଂଶୁ ଶେଖର ରାଉତ, କୃଷ୍ଣପ୍ରିୟା ମିଶ୍ର, ବିଷ୍ଣୁ ଚରଣ ସାହୁ, ପ୍ରଫେସର ଡଃ ଶକୁନ୍ତଳା ବଳିୟାରସିଂ, ଅମରେନ୍ଦ୍ର ମହାପାତ୍ର, ଡଃ କୁମାର ଚନ୍ଦ୍ର ମିଶ୍ର, ରଞ୍ଜିତା ପ୍ରିୟଭାସିନୀ, ଡଃ ରଜନୀ ରଣସିଂ, ଡଃ ଦେବଦତ୍ତ ସାମନ୍ତରାୟ, ପ୍ରକାଶକ ବିଜୟ କୁମାର ମହାପାତ୍ର, ନାରାୟଣ ଓଝା, ମାନସ ରଞ୍ଜନ ବେହେରା, ଅନିଲ ଧୀର୍, ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ସେବାୟତ ସାମନ୍ତ ସିଦ୍ଧେଶ୍ୱର ମହାପାତ୍ର, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପ୍ରଫୁଲ୍ଲ ରଥ, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ, ପ୍ରଭୁ କଲ୍ୟାଣ ମହାପାତ୍ର, ବିନୋଦ ବିହାରୀ ନାୟକ, ବିନାୟକ ରଥ, ପ୍ରଶାନ୍ତ କର, ମହେନ୍ଦ୍ର ପଟ୍ଟନାୟକ ଡାକ୍ତର ଦୀନବନ୍ଧୁ ମହାରଣା, ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ସମାଜର ମଙ୍ଗଳ ପାଇଁ ସ୍ୱାମିଜୀଙ୍କ ନିରଳସ ସାଧନା ଓ ଅନ୍ୟ ଭକ୍ତଶିଷ୍ୟମାନଙ୍କୁ ନୈତିକତା ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଏକ ଜ୍ୱଳନ୍ତ ଉଦାହରଣ ବୋଲ କହିଥିଲେ। ପ୍ରାରମ୍ଭରେ ଆଶ୍ରମର ପରିଚାଳକ ବାବା ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ସ୍ୱାଗତ ଭାଷଣ ଦେବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡଃ ମହେନ୍ଦ୍ର ପଟ୍ଟନାୟକ, ବରୁଣ ରାଜ, ଅରବିନ୍ଦ ତ୍ରିପାଠୀ, ଇଂ ସନ୍ତୋଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।
ସ୍ୱାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ
କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ
ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି।
ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ
ନିମାପଡ଼ା: ନଦୀ ମାଆର ସୁରକ୍ଷା ପାଇଁ ଉତ୍ସର୍ଗ ଥିଲା ରଜ । ଗାଁରେ, ଗାଁ ପରିବେଶରେ, ବରଗଛ ମୂଳେ ଜମିଥିଲା ରଜ । କୁମାରୀ ମାନଙ୍କ ଗହଳୀ ସାଙ୍ଗକୁ ଗାଁ ବୋହୂଙ୍କ ହୁଳହୁଳିରେ କମ୍ପିଥିଲା ମଞ୍ଚ । ମଧ୍ୟାହ୍ନରେ ରାଜ୍ୟର ବରିଷ୍ଠ
ଅକ୍ଷମଣୀୟ ଅପରାଧ -ପ୍ରଦ୍ୟୁମ୍ନ ଶତପଥୀ
ଭୁବନେଶ୍ୱର ତା 17/06/26 ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ଗୁରୁତର ତ୍ରୁଟି ପରିଲକ୍ଷିତ କରାଯାଇଛି l 1678ପୃଷ୍ଠାରେ ତ୍ରୁଟିନେଇ ଗଭିର କ୍ଷୋଭ, ଦୁଃଖ ପ୍ରକାଶ କରିବା ସହିତ ଘୋର ନିନ୍ଦା କରିଛନ୍ତି ଓଡିଶା ନାଗରିକ
ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ
ସୁଦର୍ଶନ ଦାରୁଙ୍କ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ରଥଖଳା
ବାଲିଅନ୍ତା, ୧୮/୦୬ (ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗଡ଼କ ଗଡ଼କଣ୍ଠୁଣିଆ ସ୍ଥିତ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ
ଗୋଦାବରୀଶ ସରକାରୀ ହାଇସ୍କୁଲ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଓ ଶୈକ୍ଷିକ ବିକାଶ ବୈଠକ ।
ଚିଲିକା,୧୮। ୬:ସ୍ଥାନୀୟ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଶବରଙ୍କ ସ°ଯୋଜନାରେ ଆଜି ସ୍କୁଲ ର ପ୍ରଥମ ଦିବସରେ ଛାତ୍ର ଛାତ୍ରୀ ଙ୍କ ପାଠୋନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଶୈକ୍ଷିକ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରାନାଚୁଣୀ ମହାବିଦ୍ୟାଳୟ ବହୁମୂଖୀ ପ୍ରକୋଷ୍ଠ ଉଦଘାଟନ
ଚିଲିକା,୧୮। ୬: ଆଜି ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ନାଚୁଣୀ ମହାବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କାରେ ନବ ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବା ସହିତ ୭କୋଟୀ ୪୦ଲକ୍ଷ ଓ
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ
ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ
ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ
ଉଦଯାପିତ ହେଲା ଶିଶୁପାଳଗଡ଼ ରଜ ମହୋତ୍ସବ ।(ଘୋଡ଼ା ନାଚ, କମେଡି, କୁଲଦୀପଙ୍କ ସଙ୍ଗୀତରେ ମଞ୍ଚ ଦୁଲିକିଲା)
ବାଲିଅନ୍ତା, ୧୬/୦୬(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଉଦଯାପନି ସଂନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ବାବେ କାର୍ଯ୍ୟକର୍ମକୁ
ଅରୁଣା ଆଲୋକ କ୍ଳବ ପକ୍ଷରୁ ରଜ ମହୋତ୍ସବ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ବାଳକାଟି ରଥିଜେମା କୁଆଖାଇ ନଦୀ ପଠାରେ ଅରୁଣାଆଲୋକ କ୍ଳବ ପକ୍ଷରୁ ୩ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଆଜିର ଉଦଯାପିତ ହୋଇଯାଇଛି l କ୍ଳବର ସଭାପତି ବିଜୟ କୁମାର ବେହେରା ଓ ସମ୍ପାଦକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସରପଞ୍ଚ ଚାମେଲି ଓଝା ନିର୍ଯ୍ୟାତନାରେ ସେବା ପ୍ରତିନିଧିର ପ୍ରତିବାଦ
ଜଣେ ଉଚ୍ଚ ସମ୍ପନ୍ନ ନାରୀ ,ସେ ପୁଣି ଜନପ୍ରତିନିଧି ସରପଞ୍ଚ ,ନାମ ଚାମେଲି ଓଝା। ସବୁ ସ୍ତରରେ ସରକାର ସହଯୋଗର ହାତ ବଢ଼ାଇବା କଥା।ତା' ପରିବର୍ତ୍ତେ ଯେଉଁମାନେ ରାଜସ୍ଵ ରୁ ଅର୍ଥ ନେଇ ପ୍ରତିପୋଷଣ ହେଉଛନ୍ତି ସେ ଜନପ୍ରତିନିଧି ବା ସରପଞ୍ଚଙ୍କ
ରଜର ରାଣୀ ହେଲେ ଅର୍ପିତା ନାୟକବିଜେତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ
ବାଲିଅନ୍ତା ୧୬/୦୬:- (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଓଡ଼ିଆ
ନୂଆଗାଁରେ ପାମେଲା ଓ ଧଉଳିରେ ଇରାଙ୍କ ଗୀତରେ ଝୁମିଲେ ଦର୍ଶକନୂଆଗାଁ ଓ ଧଉଳି ବିକାଶ ମଞ୍ଚରେ ରଜ ମହୋତ୍ସବ ଉଦଯାପିତ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ରଜ ପର୍ବର ଶେଷ ଦିନରେ ଧଉଳି ବିକାଶ ମଞ୍ଚରେ ଓଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚରେ ବଲିଉଡର ଖ୍ୟାତିସମ୍ପର୍ଣ୍ଣ କଣ୍ଠଶିଳ୍ପୀ ପାମିଲା ଜୈନଙ୍କ ଗୀତରେ ଝୁମିଛନ୍ତି ଦର୍ଶକ l ୨ କଣ୍ଠଶିଳ୍ପୀ ଗୋଟାକ
ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ
ଭୁବନ: ଓଡ଼ିଶାର ଗଣପର୍ବ ତଥା କୃଷିର ପର୍ବ ରଜ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖର। ଏହି ରଜ ଉତ୍ସବ ଉପଲକ୍ଷେ ଢ଼େଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଦେଖିବାକୁ ମିଳିଛି ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ କାର୍ଯ୍ୟକ୍ରମକୁ
ବଉଳାବନ୍ଧରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ।
ଚିଲିକା,୧୬ I୬:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ମଙ୍ଗରାଜପୁର ଠାରେ ପ୍ରତି ସଂକ୍ରାନ୍ତୀରେ ଅନୁଷ୍ଠିତ ହେଉଥିବା ଭାଗବତ ପ୍ରବଚନ କାର୍ଯ୍ୟକ୍ରମର ଅଂଶ ସ୍ଵରୂପ ଚ଼ଳିତ ମାସ ରଜସଂକ୍ରାନ୍ତୀ ଦିନ ଅନୁଷ୍ଠିତ ହୋଇଯାଇଅଛି । ସଂନ୍ଧ୍ୟା ସମୟରେ ଭାଗବତ ପାଠ ଓ ନାମ
ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ
ଧଉଳି ବିକାଶ ମଞ୍ଚର ଦ୍ଵିତୀୟ ରଜ ସମାରୋହରୁକସାନା ଗୀତରେ ଦର୍ଶକ ବିଭୋର
ବାଲିଅନ୍ତା,୧୫|୬(ଗୋବର୍ଦ୍ଧନ ଦାସ):ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଧଉଳି ବିକାଶ ମଞ୍ଚ ପକ୍ଷରୁ ଦ୍ଵିତୀୟ ରଜ ମହୋତ୍ସବ ମହାସମାହୋରରେ ଅନୁଷ୍ଠିତ ହୋଇଯାଇଛି l ଉପଦେଷ୍ଟା ରହିନ୍ଦ୍ର କୁମାର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
ଗ୍ରୀନ ଜୟଦେବ ଫାଉଣ୍ଡେସନର ୫ମ ରଜ ମହୋତ୍ସବ ଅନୁଷ୍ଠିତ
୧୬/୦୬(ଗୋବର୍ଦ୍ଧନ ଦାସ):-ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ