କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଶ୍ରୀପଂଚମୀ ଅବସରରେ ସାମାଜିକ ଅନୁଷ୍ଠାନ “କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ’ ର ୧୫ତମ ବାର୍ଷିକ ଉତ୍ସବ ଓ ସଶକ୍ତ ଓଡ଼ିଶା ପକ୍ଷରୁ ଆୟୋଜିତ ମହିଳା ସଶକ୍ତିକରଣ ଅଭିଯାନ ଆଲୋଚନା ଚକ୍ର ଓ ମହିଳାଙ୍କୁ ଦୁଇ ଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନଦା ପ୍ରଭା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ

ବରିଷ୍ଠ ସାମ୍ବାଦିକ, ବାଗ୍ନୀ ତଥା ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଦ୍ୟୁମ୍ନ ଶତପଥୀ, ଉଦ୍‌ଘାଟକ ଭାବେ ପ୍ରାକ୍ତନ ମନ୍ତ୍ରୀ ଡଃ ଅରବିନ୍ଦ ଢାଲି, ମୁଖ୍ୟଅତିଥି ଭାବେ କଳିଙ୍ଗ ପାଇକ ସଂଗଠନର ଡଃ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ ରାଜ୍ୟ ବିଜେପି ମୁଖପାତ୍ର, ଶିକ୍ଷାବିତ ପ୍ରଫେସର ଡଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ଆରତୀ ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପତ୍ରକାର ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ, ସାହିତ୍ୟିକ ସମାଜସେବୀ କୁଳମଣି ରାଉତ, ଉପଦେଷ୍ଟା କଲ୍ୟାଣ ଚାଟାର୍ଜି ଉପସ୍ଥିତ ରହିବା ସହ ନିଯୁକ୍ତି, ଆତ୍ମନିଯୁକ୍ତି, ଉତ୍ପାଦନ ସହିତ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ତଥା ବିକଶିତ ରାଷ୍ଟ୍ରର ପରିକଳ୍ପନା କେବଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇପାରିଲେ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀଯୁକ୍ତ ଶତପଥୀ ଅନୁଷ୍ଠାନର ଆବାହକ ବିଜୟ କୁମାର ପ୍ରଧାନଙ୍କ ଗ୍ରାମୀଣ ଅର୍ଥନୀତି, ଓଡ଼ିଶାର ପାରମ୍ପରିକ ପିଠା, ପଣାର ପ୍ରଚାର ପ୍ରସାର ସହିତ “ଲକ୍ଷ୍ୟ ରୁ ଲକ୍ଷ’ ଯୋଜନାର ବହୁ ପ୍ରାସଙ୍ଗିକତା ରହିବା ସରକାର ଯଦି ପ୍ରୋତ୍ସାହନ ଦିଅନ୍ତି ତେବେ ସଂଗଠନ ତାର ମହତ ଉଦେଶ୍ୟ ପୂରଣ କରିପାରିବ ବୋଲି କହିଥିଲେ। ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ମମତା ରଣା, ଚୁମୁକି ଗଡ଼ତଆ, ବନିତା ରଣା ଓ ଅନୁଗୁଳ ଜିଲ୍ଲାର ସଂଯୁବାଳା ସେଠି, ସସ୍ମିତା ବେହେରା, ପୂଜା କୁମୁରା, ପଦ୍ମିନୀ ପାତ୍ର, ତପସ୍ୱିନୀ ରଣା, ନୟନୀ ବେହେରା ଓ ଭାରତୀ ସାହୁଙ୍କୁ ଦଶଟି ସ୍କୁଟି ଚାବି ପ୍ରଦାନ କରାଯାଇଥିଲା। ଶିକ୍ଷାବିତ ଅଇଁଠୁ ସାହୁ, ଦେଓଗାଁ ବ୍ଲକ ସଂଯୋଜକ ବିଭତ୍ସ ମିର୍ଦ୍ଧା, ସମାଜସେବା ସାଧୁଚରଣ ବେହେରା, ଡମ୍ବରୁଧର ହରଣ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକା ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବିଜୟ କୁମାର ପ୍ରଧାନ
ଆବାହକ, ସଶକ୍ତ ଓଡ଼ିଶା, ଭୁବନେଶ୍ୱର
ମୋ-୯୧୨୪୭୭୮୭୭୭୭
ବିଜୟ କୁମାର ପ୍ରଧାନ
ଆବାହକ, ସଶକ୍ତ ଓଡ଼ିଶା, ଭୁବନେଶ୍ୱର
ମୋ-୯୧୨୪୭୭୮୭୭୭୭

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page