2027 ଫେବୃଆରୀ 7 ରୁ ଭୁବନେଶ୍ୱରରେ ବିଶାଳ ସନ୍ଥ ମହାକୁମ୍ଭ

ଭୁବନେଶ୍ୱର: ଆଗାମୀ ବର୍ଷ 2027 ମସିହା ଫେବୃଆରୀ ମାସ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ, ପାଞ୍ଚ ଦିନ ବ୍ୟାପି “ଅନ୍ତଃରାଷ୍ଟ୍ରୀୟ ସନ୍ଥ ବୌଦ୍ଧିକ ମଞ୍ଚ ଓଡିଶା “ଓ ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ସଶକ୍ତ ବାର୍ତ୍ତା “ସହଯୋଗରେ ଏକ ବିରାଟ ସନ୍ଥ ସମ୍ମିଳନୀ ବରମୁଣ୍ଡା ସ୍ଥିତ ଦୁର୍ଗା ପଡିଆ ଠାରେ ଅନୁଷ୍ଠିତ ହେବ l ଉକ୍ତ ବୌଦ୍ଧିକ ସନ୍ଥ ସମ୍ମିଳନୀ ଓ ବିରାଟ ସନାତନ ଧର୍ମୀୟ କାର୍ଯ୍ୟକ୍ରମରେ ସନାତନ ଧର୍ମର ବ୍ୟାପକ ପ୍ରଚାର, ପ୍ରସାର, ସୁରକ୍ଷା, ଗୋମାତାଙ୍କୁ ରାଷ୍ଟ୍ରୀୟ ମାତାର ମାନ୍ୟତା ପ୍ରଦାନ, ସାଧୁସନ୍ଥଙ୍କ ସୁରକ୍ଷା ପାଇଁ ଆଇନ

କରିବା,ସ୍ୱତନ୍ତ୍ର ମନ୍ତ୍ରାଣାଳୟ,ଲଭ ଯେହାଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା, ଧର୍ମାନ୍ତିକରଣ ପାଇଁ ପ୍ରତିବନ୍ଧ, ପ୍ରଦାନ ସହିତ ସନାତନୀ ବିଦ୍ୟାର୍ଥୀଙ୍କ ଅସ୍ତ୍ର,ଶସ୍ତ୍ର ସହିତ ଶାସ୍ତ୍ର ଆଧାରିତ ଶିକ୍ଷା ପ୍ରଦାନ ଏହିପରି ଏଗାର ସୂତ୍ରୀ କାର୍ଯ୍ୟକ୍ରମ ରହିବ ବୋଲି ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ଵାମୀ ସ୍ବଦେଶାନନ୍ଦ ବ୍ରହ୍ମଗିରି ମହାରାଜ ଓ ସ୍ଵାମୀ ଅଖଣ୍ଡାନନ୍ଦ ମହାରାଜ ରାଷ୍ଟ୍ରୀୟ ଉପାଧ୍ୟକ,ସାଧ୍ବୀ ଯୋଗାମାୟା ଯୋଗିନୀ,ସଶକ୍ତ ବାର୍ତ୍ତା ସମ୍ପାଦକ ତଥା ଅନ୍ତଃରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ ସଂରକ୍ଷକ ବିଜୟ କୁମାର ପ୍ରଧାନ ମତବ୍ୟକ୍ତ କରିଥିଲେ l ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଉକ୍ତ ମହା ମଞ୍ଚ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହିତ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସଶକ୍ତ ବାର୍ତ୍ତା ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା l ସାଂସ୍କୃତିକ, ବୌଦ୍ଧିକ ତଥା ଆଧ୍ୟାତ୍ମିକ ସମ୍ପର୍କରେ ଆଲୋଚନା ଚକ୍ର ସହିତ ସାରା ବିଶ୍ୱକୁ ଏକ ଶାନ୍ତି, ସଦଭାବନା ଓ ପ୍ରଗତିର ବାର୍ତ୍ତା ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା l ଏଥି ସହିତ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କୁ ଉକ୍ତ ସମ୍ମିଳନୀର ଚେୟାରମ୍ୟାନ ଓ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଭାଇସ ଚେୟାରମ୍ୟାନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏହି ମହାନ କାର୍ଯ୍ୟକ୍ରମକୁ ସମସ୍ତେ ସଫଳ କରାଇବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରାଯିବା ସହ ବିଶ୍ୱ ଦରବାରରେ ଭାରତର ଗୌରବ, ସମ୍ମାନକୁ ଆଗେଇ ନେବାକୁ ପ୍ରୟାସ ନିଜନିଜ ସ୍ତରରେ କରିବାକୁ ଆହ୍ୱାନ ଦିଆଯାଇଥିଲା
କାର୍ଯ୍ୟକ୍ରମକୁ ସମାଜସେବୀ ନାରାୟଣ ଖୁଣ୍ଟିଆ, କୁଳମଣି ରାଉତ,ଭାଷାପ୍ରାଣ ନବକିଶୋର ପ୍ରଧାନ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page