ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଓ ଉଦ୍ୟୋଗୀଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I “ବନ୍ଦେ ମାତରମ” ସଂଗୀତ ଗାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା I ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ

ସମୃଦ୍ଧି ଉପରେ ବିଷଦ ଆଲୋଚନା କରାଯିବା ସହିତ ଯୁବ ଉଦ୍ୟୋଗୀମାନେ ନିଷ୍ଠା, ଏକାଗ୍ରତା, ସତ୍ୟ ସହିତ ସମର୍ପିତ ସହିତ କାର୍ଯ୍ୟକଲେ ରାଜ୍ୟ ତଥା ରାଷ୍ଟ୍ରର ବିକଶିତ ଚିନ୍ତାଧାରା କାର୍ଯ୍ୟକ୍ରମକୁ ନୂତନ ରାସ୍ତା ଦେଖାଇ ପାରିବେ ବୋଲି ଅତିଥି ଭାବେ ଉପସ୍ଥିତ ଥିବା ବିଶିଷ୍ଟ ଉଦ୍ୟୋଗୀ ଡ଼ ଭବାନନ୍ଦ ଦାସ, ସୌକିନ ମାଟ୍ରେସ ମୁଖ୍ୟ ସରୋଜ କୁମାର ପାତ୍ର, ସଫଳ ଉଦ୍ୟୋଗୀ ଲମ୍ବୋଧର ମହାରଣା, ସଦାଶିବ ମିଶ୍ର ମତବ୍ୟକ୍ତ କରିବା ସହ ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଯୁବ ଉଦ୍ୟୋଗୀଙ୍କ ଭୂମିକା ଓ ପ୍ରାସଙ୍ଗିକତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ I ସଭାପତି ଶ୍ରୀଯୁକ୍ତ ମିଶ୍ର ଦୃଢ ନିଶ୍ଚୟ, ସଂକଳ୍ପ ସହିତ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା, ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ସୁଯୋଗ ଦେବାକୁ ଆହ୍ୱାନ ଦେଇଥିଲେ I ଡ଼ ସୁନିତ ମୁଣ୍ଡ ଉଦ୍ୟୋଗୀଙ୍କ ସମୂହ ପ୍ରୟାସକୁ ପ୍ରଶଂସନୀୟ ପଦକ୍ଷେପ ବୋଲି ନିଜ ବକ୍ତବ୍ୟରେ କହିଥିଲେ I ଉପରୋକ୍ତ ଅତିଥିମାନେ ନିଜ ନିଜ ସଫଳ କାହାଣୀ କହିବା ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଉଦ୍ୟୋଗଙ୍କୁ ନିଜ ଉପରେ ବିଶ୍ୱାସ ଓ ଭରଷା ରଖିବାକୁ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ଶ୍ରେଷ୍ଠ ପରଚେଜର ଭାବେ ଅଭିଜିତ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ଉଦ୍ୟୋଗୀ ନୀଳୟକାନ୍ତ ନାୟକ, ସି,ଇ,ଓ ବିଜୟ ସାହୁ, ଅମୀୟ ମିଶ୍ର, ସୀତାଂଶୁ ଶେଖର ମହାରଣା, ମନୋରଞ୍ଜନ ବାରିକ ପ୍ରମୁଖ ପରିଚାଳନା କରିଥିଲେ I