ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ

ନୟାଧାମରାଗ୍ରାମରେ ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ଅଷ୍ଟପ୍ରହରୀ କିର୍ତ୍ତନ ପାଳନ କରାଯାଉଛି | ୨୫ ରୁ ୨୮୬ରିଖ ପର୍ଯନ୍ତ ଅଷ୍ଟପ୍ରହରୀ ନାମକିର୍ତ୍ତନ ଅନୁଷ୍ଟିତ ହେବ ବୋଲି ନୟାଧାମରାଗ୍ରାମରେ ଗ୍ରାମବାସୀବୃନ୍ଦ ଗ୍ରାମକୁ ସାଜସଜାସହିତ କିର୍ତ୍ତନଦଳକୁ ନିମନ୍ତ୍ରିତ କରିଛନ୍ତି | ତାହା ସହିତ ଆଖପାଖ ଗ୍ରାମର ଗ୍ରାମବାସୀବୃନ୍ଦଙ୍କୁ ନିମନ୍ତ୍ରଣ କରିଛନ୍ତି |ଏହି କୀର୍ତ୍ତିନଟି ଶାନ୍ତିଶୁଙ୍ଖଳା ସହିତ ପାଳିତ ହେବ ବୋଲି ଗ୍ରାମବାସୀବୃନ୍ଦ ଏବଂ ସରସ୍ବତୀ କ୍ଲବର ସଭ୍ୟମାନେ ମତ ପ୍ରକାଶ କରିଛନ୍ତି | କୀର୍ତ୍ତିନ ସମ୍ବଦ୍ଧରେ ଯାହା ପରିପ୍ରକାଶ କରାଯାଏ ତାହା ହେଉଛି କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ । ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page