ଚିଲିକା,୬।୫:ଖୋର୍ଦ୍ଧା ଆରକ୍ଷୀ ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଛନ୍ତି। ଏହି ଥାନା ର ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଶ୍ରୀ ମହାପାତ୍ର ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ଜେନା ଙ୍କର ଜିଲ୍ଲା ସାଇବର ଥାନା କୁ ବଦଳି ହୋଇ ଥିବା ବେଳେ ଶ୍ରୀ ମହାପାତ୍ର ସେହି ସ୍ଥାନରୁ ଆସି ନାଚୁଣୀ ଥାନାରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ସେ ଦୀର୍ଘ ୧୦ ବର୍ଷ କାଳ ଯାଯପୁର ଜିଲ୍ଲାର ମଙ୍ଗଳପୁର , ଧର୍ମଶାଳା ଆଦି ଥାନାରେ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିବା ପରେ ପ୍ରମୋସନ ପାଇ ଖୋର୍ଦ୍ଧା ଜିଲ୍ଲାର ଟାଉନ୍ ଥାନାରେ ଯୋଗ ଦେଇଥିଲେ ଓ ପରବର୍ତ୍ତୀ କାଳରେ ସାଇବର ଥାନାକୁ ବଦଳି ହୋଇଥିଲା । ସେ ଜଣେ ଦକ୍ଷ ଅଫିସର ଭାବେ ପରିଚିତ । ତାଙ୍କ ଯୋଗ ଦାନ ପରେ ଥାନା କର୍ମଚାରୀମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣ ତାଙ୍କୁ ସ୍ଵାଗତ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି