ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବରମୁଣ୍ଡାଠାରେ ବାବା ସାହେବ ଭୀମ୍ରାଓ ଆମ୍ବେଦକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୫-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ଅତ୍ୟାଧୁନିକ ବସ୍ ଟର୍ମିନାଲର ବିକାଶ କରାଯାଇଛି । ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଶ୍ରୀ ପାଣ୍ଡିଆନ ଅନେକ ଥର ନିର୍ମାଣ ସ୍ଥଳକୁ ଯାଇ କାର୍ୟ୍ୟର ଆଗ୍ରଗତି ସଂପର୍କରେ ସମୀକ୍ଷା କରୁଥିଲେ । ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫-T ଉପକ୍ରମରେ ହୋଇଥିବା ଏହି ବସ୍ ଟର୍ମିନାଲ ବସ୍ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍ ଟର୍ମିନାଲ୍ ରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ବସ୍ ଟର୍ମିନାଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। କାର୍ୟ୍ୟକ୍ରମରେ ପତାକା ଦେଖାଇ ବସ୍ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀ ମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ। କାର୍ୟ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଭୁବନେଶ୍ବରର ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା । ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ବପ୍ନ ଥିଲା, ତାହା ଆଜି ପୂରଣ ହେଲା ।
ଲୋକଙ୍କ ସେବାରେ ଶୁଭାରମ୍ଭ ହେଲା ଭୁବନେଶ୍ୱର ବରମୁଣ୍ଡା ନୂତନ ବସଷ୍ଟାଣ୍ଡ୍
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ
ଆଜି ରାଜ୍ୟସଭା ନିର୍ବାଚନ
ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ,
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ଚିଲିକା- ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ
ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ
ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଡିଭିଜନାଲ୍ କମିଟି ସଦସ୍ୟ ନକୁଳଙ୍କ ସମେତ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ସମ୍ମୁଖରେ କଲେ ଆତ୍ମସମର୍ପଣ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ୧୧ ଜଣ କଠୋର ମାଓବାଦୀ ଆନୁଷ୍ଠାନିକ ଭାବରେ ଶ୍ରୀ ୱାଇ.ବି. ଖୁରାନିଆ, ଡିଜିପି ଓଡ଼ିଶା, ଶ୍ରୀ ସଞ୍ଜିବ ପଣ୍ଡା, ଆଇପିଏସ୍, ଏଡିଜି (ନକ୍ସଲ ବିରୋଧୀ
ଧୂଆଁଳ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା : ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ
ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଯୁବକକୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର |ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର
ଶ୍ରୀ ସତ୍ୟସାଇ ସଂଗଠନର ଜିଲ୍ଲା ସମ୍ମିଳନୀ
ଚିଲିକା- ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ୧୫ ତାରିଖ ରବିବାର ଦିନ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମିତି ଠାରେ
ବଜାରରୁ ଜଳଖିଆ ଦୋକାନ ଉଭାନ ! ଗ୍ରାହକ ଅସନ୍ତୋଷ
ଭୁବନେଶ୍ୱର ପ୍ରାଚ୍ୟରେ ଚାଲିଛି ଯୁଦ୍ଧ ଆଉ ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି । ବିଶେଷ କରି ଏଲପିଜି ର ଘୋର ଅଭାବ ସବୁଠି ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ୟାସର ଅଭାବକୁ ଖଣ୍ଡନ କଲେ ମଧ୍ୟ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଅଞ୍ଚଳର ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀଚ଼ନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତିର ପ୍ରଥମ ବୈଠକ ୧୫ ତାରିଖ ରବିବାର ଦିନ ଭବାନୀପୁର ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ
ଖାର୍ଗ ହମ୍ଲା ପରେ ରକ୍ତମୁଖା ଇରାନ
ନୂଆଦିଲ୍ଲୀଇରାନର ଆର୍ଥôକ ମେରୁଦଣ୍ଡ ଭାବେ ପରିଚିତ ଖାର୍ଗ ଦ୍ୱୀପରେ ଆମେରିକା ବୋମା ମାଡ଼ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ରକ୍ତମୁଖା ହୋଇ ଉଠିଛି ତେହରାନ । ଆଜି ଇରାନ ପକ୍ଷରୁ ଗଲ୍ଫ ଦେଶରେ ଥିବା ଆମେରିକାର ବେସ୍
ଅସହ୍ୟ ତାତିରେ ଜଳୁଛି ଧର୍ମଗଡ କେବେ ଆରମ୍ଭ ହେବ ଜଳଛତ୍ର:ବାଟୋଇ ପିଇବା ପାଣି ପାଇଁ ଡହଳ ବିକଳ ଜଳ ଛତ୍ର ଖୋଲିବା ପାଇଁ ଦାବି
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ମାର୍ଚ୍ଚ ମାସ ଆରମ୍ଭ ରୁ ଗ୍ରୀଷ୍ମ ପ୍ରବାହ ପାରଦ ୪୦ କୂ ଛୁଇଁଲାଣି।ପ୍ରବଳ ଖରା ଯୋଗୁ ମଣିଷ ଠାରୁ ପଶୁପକ୍ଷୀ ହନ୍ତସନ୍ତ | ସାଧାରଣ ଭାବେ ମାର୍ଚ୍ଚ ମାସ ମଧ୍ୟରେ ବିଗତ ବର୍ଷ ମାନଙ୍କରେ ପାରଦ ୩୨
ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ,ନଷ୍ଟ ହେଉଛି ମୂଲ୍ୟବାନ ଗଛ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ।ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଞ୍ଚଳରେ ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଜନ ଜୀବନ ପ୍ରଭାବିତ
ବିମଳା ପୋଖରୀରୁ ମିଳିଲା ମଣିଷ ଜଙ୍ଘ
କଳାହାଣ୍ଡି,୧୫|୩(-ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଳା ବାଗବନ୍ଧ ପୋଖରୀରୁ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ
ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଶୁକ୍ରବାର ତାଙ୍କ ରାୟ
Politics
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
Entertainment
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ