ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ

ବାଲିଅନ୍ତା,୧୭|୫():ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l

ଏହାକୁ ଦୃଷ୍ଟିରେ ରଖି ଆଜି ବାଳକାଟି ସ୍ଥିତ ଜିଓ ପେଟ୍ରୋଲ ପମ୍ପ ପକ୍ଷରୁ ଏହାର ମାଲିକ ସଞ୍ଜୟ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ପମ୍ପର କର୍ମଚାରୀ ମାନେ ତୃଷାର୍ତ୍ତ ବାଇକ ଚାଳକଙ୍କୁ ଦହିପଣା, ପାଣି ବୋତଲ ପ୍ରଦାନ କରିଥିଲେ l ପମ୍ପ ମାଲିକଙ୍କ ଏଭଳି କାର୍ଯ୍ୟପାଇଁ ଲୋକେ ପ୍ରଂଶସା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page