ଜଳସେବା ଶିବିର ଉଦଘାଟିତ

ବାଲିଅନ୍ତା, ୧୮|୪:ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ଏକାମ୍ର ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଜଳସେବା ଶିବିର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ନୂତନ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଉଦଘାଟିତ ହୋଇଯାଇଛି l ଆଧ୍ୟାତ୍ମିକବାଦୀ ତଥା ବାଲିଅନ୍ତା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l

ଆଜି ଏକାସଙ୍ଗରେ ବାଳକାଟି ସମେତ ବାଲିପାଟଣା ବ୍ଲକ ଅଠାନ୍ତର ଏବଂ ବନମାଳୀପୁର ଛକରେ ମଧ୍ୟ ଏହି ଜଳସେବା ଉଦଘାଟନ ହୋଇଯାଇଛି l ଏହି ଶିବିର ତୃଷାର୍ତ୍ତ ଓ ବାଟୋଇ ମାନଙ୍କୁ ବେଶ ସହାୟକ ହେଉଥିବା ବେଳେ ଏହା ଗ୍ରୀଷ୍ମ ପ୍ରବାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକ ଶ୍ରୀ ମହାନ୍ତି କହିଛନ୍ତି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବେଣୁଧର ଭୋଇ, ଡ଼. ରଜନୀରଞ୍ଜନ ଦାଶ, କପିଳ ମହାରଣା, ରବୀନ୍ଦ୍ର ବାରିକ, ପ୍ରଦୀପ ମହାନ୍ତି, ବସନ୍ତ ସାହୁ, ସୂର୍ଯ୍ୟନାରାୟଣ ଦାସ, ରବୀନ୍ଦ୍ର ପାତ୍ର, ପ୍ରତାପକେଶରୀ ନାୟକ, ଗିରିଧାରୀ ସାହୁ, ଅରବିନ୍ଦ ସାହୁ, କାହ୍ନୁ ଦାସ, ସୁଜିତ ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page