+୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

+୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରୁ ଫର୍ମ ପୂରଣ ପ୍ରକ୍ରିୟାକୁ ବାଦ୍ ଦିଆଯିବ । ଏନେଇ +୨ ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସାଧାରଣତଃ +୨ ଦ୍ୱିତୀୟ ବର୍ଷ ପାଠପଢ଼ା ରଜ ପରେ ଅର୍ଥାତ ଜୁନ ୧୭ରୁ ଆରମ୍ଭ ହୋଇଥାଏ । ମାର୍ଚ୍ଚରେ +୨ ପରୀକ୍ଷା କରାଯାଉଥିବା ବେଳେ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର… Continue reading +୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସ ଅନୁଷ୍ଠିତ

ବାଳକାଟୀ: ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ବ୍ଲକର ସମସ୍ତ ଗର୍ଭବତୀ ମହିଳାଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଦିବସ ଅବସରରେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀ କହିଥିଲେ ଯେ, କିପରି ଗର୍ଭବତୀ ମହିଳା ଏବଂ ପିଲା ଜନ୍ମ କରିସାରିଥିବା ମହିଳା ଶିଶୁର ତଥା ନିଜ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସ ଅନୁଷ୍ଠିତ

ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱ ହୋମିଓପାଥିକ ଦିବସ ତଥା ଏହାର ଜନକ ଡା ସାମୁଏଲ ହାନିମାନଙ୍କ ୨୭୦ତମ ଜୟନ୍ତୀ ଅବସରରେ ସ୍ଥାନୀୟ ୟୁନିଟ ୩ ସ୍ଥିତ ଡ଼ ଅଭିନ୍ନଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଛାତ୍ରସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା I ରକ୍ତଦାନର ଆବଶ୍ୟକତା, ଅଭାବ ତଥା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱକୁ ବୁଝି ଅଧ୍ୟକ୍ଷ ଡ଼ ଜ୍ଞାନରଞ୍ଜନ ମହାନ୍ତି, ଉପଦେଷ୍ଟା ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖଙ୍କ ସହାୟତାରେ ଉକ୍ତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଯୁବ ସାମ୍ବାଦିକ ତଥା… Continue reading ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ରକ୍ତଦାନ ଶିବିର

ସେଂଟ୍ ଜୋଶେଫ୍ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଙ୍କୁ ଗୋଲ୍ଡ ମେଡାଲ

oplus_34

ଭୁବନେଶ୍ୱର: ସେଂଟ୍ ଜୋଶେଫ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଆଦ୍ୟା ତ୍ରିପାଠୀଙ୍କୁ ଗଣିତ ଅଲମ୍ପିଆଡ୍ ରେ ଗୋଲ୍ଡ୍ ମେଡାଲ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସେ ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ବହୁ ପୁରସ୍କାର ପାଇଛନ୍ତି । ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ପିତାମାତାଙ୍କ ଅବଦାନ ରହିଛି ବୋଲି ପ୍ରକାଶ କରିଛନ୍ତି ।

ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା… Continue reading ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ରହିବ I ଏଥିପାଇଁ ରାତି ପରି ହେବାର ଭ୍ରମ ସୃଷ୍ଟି ହେବା ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ୟ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ୟ୍ୟନ୍ତ ଏପରି ବିରଳ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ… Continue reading ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବାଳକାଟୀ: ଆଜି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଉପସ୍ଥିତ ଅତିଥି ତଥା ସ୍ୱାସ୍ଥ୍ୟକର୍ମୀମାନେ ଲୋକମାନେ କିପରି ନିଜର ସ୍ୱାସ୍ଥ୍ୟର ଯନô ନେବେ ଏବଂ ସରକାରୀ ଡାକ୍ତରଖାନାରେ କଣ କଣ ସୁବିଧା ସୁଯୋଗ ମିଳିପାରିବ ଏବଂ ଲୋକମାନେ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା

ଖୋର୍ଦ୍ଧା: ଆଗାମୀ ନମାମିମନ୍ଦାକିନୀ ମହୋତ୍ସବ ପୂର୍ବରୁ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ସହ ଉତ୍କଳର ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ, ପରମ୍ପରା ସହିତ ପାଇକ ସାମରିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ୟ୍ୟକ୍ରମରେ ଅଭିଯାନର ସଭାପତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଥିଲେ ଯେ ଉତ୍କଳର ବିଲୁପ୍ତପ୍ରାୟ ଲୋକଗୀତ, ଲୋକନାଟକ, ଲୋକଢଗ, ଲୋକବୋଲି ବାଣୀର ମହତ୍ତ୍ୱ ଯୁଗେ ଯୁଗେ ରହିଆସିଛି ଓ ଏହାକୁ ପୁନଃରୁଦ୍ଧାର କରିବା ସହ ସମାଜରେ ଏକ ସକାରାତ୍ମକ ପ୍ରଭାବ ଯେପରି… Continue reading ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା

ଅଂଶୁଘାତ ଆଶଙ୍କା, ଆମେ ପ୍ରସ୍ତୁତ କହିଲେ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କୁଲର ବା ଏସି ରହିବ… Continue reading ଅଂଶୁଘାତ ଆଶଙ୍କା, ଆମେ ପ୍ରସ୍ତୁତ କହିଲେ

ଓଡ଼ିଶ ଗ୍ରାମରେ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଅନୁଷ୍ଠିତ

ଭୁବନ: ଭୁବନ ବ୍ଳକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପ୍ରତ୍ୟକ୍ଷ ମା’ ଚର୍ଚ୍ଚିକା ପୀଠ ଠାରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଖୁବ୍ ଆନ୍ଦନ ଓ ଉଲ୍ଲାସର ସହ ସମାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମନ୍ଦିର ନିର୍ମାଣ ତଥା ଗର୍ଭଗୃହ ରତ୍ନ ମୁଦି ଉତ୍ସବକୁ ପ୍ରତିଷ୍ଠାତା ମିଲନ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଂଚଳର ବିଧାୟକ… Continue reading ଓଡ଼ିଶ ଗ୍ରାମରେ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଅନୁଷ୍ଠିତ

You cannot copy content of this page