ଆମପାଣି ଏସ୍ ଏସ୍ ଡି ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ, ଛାତ୍ରଛାତ୍ରୀ ଉତ୍ସାହିତ

କଳାହାଣ୍ଡି, ୨୨|୧(ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକ ଆମପାଣି ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବିଧାୟକଙ୍କ ଦ୍ଵାରା ପ୍ରତିନିଧିତ୍ଵ କରିଥିବା ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନର ଦାବି ରହିଥିବା ବିଭିନ୍ନ ସମସ୍ୟାକୁ ମାନ୍ୟବର ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମହୋଦୟଙ୍କ ପାଖରେ ଉପସ୍ଥାପନା କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିବି ବୋଲି କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବେହେରା କଲେଜ ଅଧ୍ୟାପକ ଅକ୍ଷ ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ଅଞ୍ଚଳର ସୁପରିଚିତ ମହିଳା ନେତ୍ରୀ ତିଳୋତ୍ତମା ନାଏକ, କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁଷିମଣି ମାଝି,ଉଚ୍ଚ ବିଦ୍ୟାଳୟ ଉପାଧ୍ୟକ୍ଷ ଜୟ ପାଳ, ସମାଜ ସେବୀ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ପ୍ରଥମେ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ସମ୍ବର୍ଦ୍ଧନା ପରେ ଗଣାଧିପତି ଗଜାନନ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ଙ୍କ ଦ୍ଵାରା ମାଳ୍ୟାର୍ପଣ ଓ ଦୀପ ନୈବେଦ୍ୟ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ଅତିସୁନ୍ଦର ଓ ସୁମଧୁର କଣ୍ଠରେ ସ୍ୱ।ଗତ ସଙ୍ଗୀତ ଗାନ କରିଥିଲେ । ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ବିବରଣୀ ଆଦି ପଠନ କରିଥିଲେ । ଅତିଥି ମାନେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ବିକାଶ ଉପରେ ବିଶେଷ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତିର୍ଣ ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଆଦି ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ଯଶୋବନ୍ତ ମାଝି, ହିଡମ୍ବି ନାଏକ, ବୈଦ୍ୟନାଥ ଧଙ୍ଗଡା ମାଝୀ, ପ୍ରହଲ୍ଲାଦ ସାହୁ,ଝୁନୀରାଣୀ ସାହୁ, କୁଞ ବିହାରୀ ନାଗ, ଅମୁଲ୍ୟ ନାଏକ, ସୁନୀତା ନାହକ, ପ୍ରବଣ ଯୋଶୀ, ଚୈତନ୍ୟ ଚଲାନ, କାଦମ୍ବିନୀ ମାଝୀ,ପିନାକିନୀ ପ୍ରିୟ ଦର୍ଶିନି ସାହୁ,ଅରୁପା ନନ୍ଦ ସାହୁ, ଗୋବିନ୍ଦ ସୁଆର,ପୁଲସି ମହାନନ୍ଦ, ଥବିରାମ ହରିଜନ, ମାନିନୀ ହରିଚନ୍ଦନ,ଅରୁଣ ଦାସ, ପରମାନନ୍ଦ ପ୍ରଧାନି ଶ୍ୟାମସୁନ୍ଦର ଶବର, ଉମେଶ ଛତ୍ରିଆ, ପ୍ରମୋଦ ପଟେଲ, ସୁରେନ୍ଦ୍ର ମାଝି, ସଞିବ ଶବର, ଦେବରାଜ ମାଝୀ, ସସ୍ମିତା ସାହୁ, ଆଶା ରାଉତ, ମାଳତୀ ବାଣୁଆ,ତରୁଲତା ନାଏକ, ରଜନୀ ମାଝି, ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ଵ ସଵୁ ହାତକୁ ନେଇ ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଅମୁଲ୍ୟ ନାଏକ ଏବଂ ସହ ଶିକ୍ଷକ ପ୍ରଣବ କୁମାର ଯୋଶୀ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଅବିଭାବକମାନେ ମଧ୍ୟ ସାମିଲ ହୋଇ ବେଶ୍ ଉତ୍ସାହିତ ହୋଇ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page