କଳାହାଣ୍ଡି, ୨୨|୧(ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକ ଆମପାଣି ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବିଧାୟକଙ୍କ ଦ୍ଵାରା ପ୍ରତିନିଧିତ୍ଵ କରିଥିବା ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନର ଦାବି ରହିଥିବା ବିଭିନ୍ନ ସମସ୍ୟାକୁ ମାନ୍ୟବର ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମହୋଦୟଙ୍କ ପାଖରେ ଉପସ୍ଥାପନା କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିବି ବୋଲି କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବେହେରା କଲେଜ ଅଧ୍ୟାପକ ଅକ୍ଷ ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ଅଞ୍ଚଳର ସୁପରିଚିତ ମହିଳା ନେତ୍ରୀ ତିଳୋତ୍ତମା ନାଏକ, କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁଷିମଣି ମାଝି,ଉଚ୍ଚ ବିଦ୍ୟାଳୟ ଉପାଧ୍ୟକ୍ଷ ଜୟ ପାଳ, ସମାଜ ସେବୀ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ପ୍ରଥମେ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ସମ୍ବର୍ଦ୍ଧନା ପରେ ଗଣାଧିପତି ଗଜାନନ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ଙ୍କ ଦ୍ଵାରା ମାଳ୍ୟାର୍ପଣ ଓ ଦୀପ ନୈବେଦ୍ୟ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ଅତିସୁନ୍ଦର ଓ ସୁମଧୁର କଣ୍ଠରେ ସ୍ୱ।ଗତ ସଙ୍ଗୀତ ଗାନ କରିଥିଲେ । ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ବିବରଣୀ ଆଦି ପଠନ କରିଥିଲେ । ଅତିଥି ମାନେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ବିକାଶ ଉପରେ ବିଶେଷ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତିର୍ଣ ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଆଦି ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ଯଶୋବନ୍ତ ମାଝି, ହିଡମ୍ବି ନାଏକ, ବୈଦ୍ୟନାଥ ଧଙ୍ଗଡା ମାଝୀ, ପ୍ରହଲ୍ଲାଦ ସାହୁ,ଝୁନୀରାଣୀ ସାହୁ, କୁଞ ବିହାରୀ ନାଗ, ଅମୁଲ୍ୟ ନାଏକ, ସୁନୀତା ନାହକ, ପ୍ରବଣ ଯୋଶୀ, ଚୈତନ୍ୟ ଚଲାନ, କାଦମ୍ବିନୀ ମାଝୀ,ପିନାକିନୀ ପ୍ରିୟ ଦର୍ଶିନି ସାହୁ,ଅରୁପା ନନ୍ଦ ସାହୁ, ଗୋବିନ୍ଦ ସୁଆର,ପୁଲସି ମହାନନ୍ଦ, ଥବିରାମ ହରିଜନ, ମାନିନୀ ହରିଚନ୍ଦନ,ଅରୁଣ ଦାସ, ପରମାନନ୍ଦ ପ୍ରଧାନି ଶ୍ୟାମସୁନ୍ଦର ଶବର, ଉମେଶ ଛତ୍ରିଆ, ପ୍ରମୋଦ ପଟେଲ, ସୁରେନ୍ଦ୍ର ମାଝି, ସଞିବ ଶବର, ଦେବରାଜ ମାଝୀ, ସସ୍ମିତା ସାହୁ, ଆଶା ରାଉତ, ମାଳତୀ ବାଣୁଆ,ତରୁଲତା ନାଏକ, ରଜନୀ ମାଝି, ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ଵ ସଵୁ ହାତକୁ ନେଇ ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଅମୁଲ୍ୟ ନାଏକ ଏବଂ ସହ ଶିକ୍ଷକ ପ୍ରଣବ କୁମାର ଯୋଶୀ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଅବିଭାବକମାନେ ମଧ୍ୟ ସାମିଲ ହୋଇ ବେଶ୍ ଉତ୍ସାହିତ ହୋଇ ଥିଲେ ।
ଆମପାଣି ଏସ୍ ଏସ୍ ଡି ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ, ଛାତ୍ରଛାତ୍ରୀ ଉତ୍ସାହିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଆସନ୍ତାକାଲି (26 ତାରିଖ) ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ । ଏହି ନୂତନ ଟ୍ରେନ୍ ସେବା
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ଦୁବାଇର AI AJYAL THEATRE ଠାରେ ଓଡ଼ିଶୀ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ