କୋକସରା,୮।୨, ଚକ୍ରଧର ବେଶ୍ରା: କଳାହାଣ୍ଡି ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା କୋକସରା ବ୍ଳକର ଆଦିବାସୀ ବହୁଳ ଅଞ୍ଚଳ ଆମପାଣି ପଞ୍ଚାୟତକୁ ସ୍ବତନ୍ତ୍ର ବ୍ଳକ ଗଠନ ଦାବିରେ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଋତୁରାଜ ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଧାନ ମଣ୍ଡିଠାରେ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଡୁଡୁକାଠେଙ୍ଗା ପୂର୍ବତନ ସରପଞ୍ଚ ବନମାଳୀ ବାଗ, ଆଇନଜୀବୀ ମନୋଜ ନାଏକ, ଗୋପୀଚନ ନାଏକ, ପ୍ରଦୀପ ସାହୁ, କେତୁରାମ ପାତ୍ର, ରାମ ସିଂ ମାଝୀ, ଉଛୁଲାରୁ ଚକ୍ରଧର ନାଏକ, ଖଗେଶ୍ବର ନାଏକ, ବଡପୁଝାରୀଗୁଡାରୁ ଡମ୍ବରୁଧର ନାଏକ, ରତନ ନାଏକ, ସତ୍ୟ ନାଏକ, ଅର୍ଜୁନ ଅଗ୍ରୱାଲ, ଅନୁପ ଯୋଶୀ ସମେତ କୋକସରା ବ୍ଳକର ଆମପାଣି ଜିଲ୍ଲାପରିଷଦ ଜୋନ୍ ନଂ- ୧ ର ୮ ଗୋଟି ପଞ୍ଚାୟତ ବରାଡଙ୍ଗା, ବଡ଼ପୋଡ଼ାଗୁଡ଼ା, କାଉଡୋଲା, ଡୁଡୁକାଠେଙ୍ଗା, ମହିମା, ଆମପାଣି, ସାନପୋଡାଗୁଡା, ଗୋତମୁଣ୍ଡା ସମେତ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଛୁଳା ପଞ୍ଚାୟତରୁ ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧିକ ଲୋକେ ଯୋଗଦେଇ ଆମପାଣିକୁ ନୂତନ ବ୍ଳକ ଗଠନ ଦାବିକୁ ସ୍ବାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭୌଗଳିକ ଦୃଷ୍ଟି କୋଣରୁ ଆମପାଣି ଗ୍ରାମ ଏହି ଅଞ୍ଚଳର ମୂଖ୍ୟ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୦ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ଅଞ୍ଚଳର ହଜାର ହଜାର ଲୋକ ଆମପାଣି ଉପରେ ପ୍ରାୟ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ, ଦୁଇଟି କଲେଜ, ଡାକ୍ତରଖାନା, ଥାନା, ଫରେଷ୍ଟ ଅଫିସ, ଆରଆଇ ଅଫିସ, ଗ୍ୟାସ ପଏଣ୍ଟ, ବ୍ୟାଙ୍କ, ସମବାୟ ସମିତି, ପୋଷ୍ଟ ଅଫିସ, ଏସ୍ଏସଡି ସ୍କୁଲ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମୂଲ କୋକସରା ବ୍ଲକ ଏହି ଅଞ୍ଚଳଠାରୁ ୨୦ କିମିରୁ ଉର୍ଦ୍ଧ ରହିଥିବାବେଳେ ଜୟପାଟଣା ବ୍ଳକରୁ ଆସୁଥିବା ୨ ଗୋଟି ଗ୍ରାମ ପଞ୍ଚାୟତ ବ୍ଳକ କାର୍ଯ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୁରରେ ଥିବା ହେତୁ ଅଫିସ କାର୍ଯ୍ୟକୁ ଛାଡିଦେଲେ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲୋକେ ଆମପାଣି ଉପରେ ନିର୍ଭର କରିଥାନ୍ତି, ଆମପାଣି, ବଡ଼ପୋଡ଼ାଗୁଡ଼ା, ବରାଡଙ୍ଗା, ଡୁଡୁକାଠେଙ୍ଗା, ମହିମା ଆଦି ପଞ୍ଚାୟତର ଅଧିକାଂଶ ଗାଁ ସାହାଜଖୋଳ ଜଙ୍ଗଲ ପାଦ ଦେଶରେ ରହିଥିବାବେଳେ କୋକସରା ବ୍ଳକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆମପାଣିକୁ ୨୬ ନମ୍ବର ଜାତୀୟ ରାଜପଥ ସହ ବିଜୁ ଏକ୍ସପ୍ରେସୱେ ସଂଯୋଗ କରୁଥିବାରୁ ଯାତାୟାତରେ ସୁବିଧା ରହିଛି। ସବୁ ଦୃଷ୍ଟିରୁ ଆମପାଣି ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ପ୍ରଜୁର୍ଯ୍ୟ ରହିଛି। ବୈଠକରେ ବିଭିନ୍ନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ଗୋପିଚନ ନାଏକ, କାର୍ଯ୍ୟ କାରି ସଭାପତି ରୁତୁରାଜ ମାଝୀ,ଉପ ସଭାପତି ଟିକି ଚନ୍ଦ୍ର ଧଙ୍ଗଡା ମାଝୀ, ମଧୁବନ ପାତ୍ର, କୁମୁଦ ସେଠୀ ବିଘ୍ନେଶ୍ୱର ନାଏକ, ସମ୍ପାଦକ ଧନୁ ଦୁର୍ଗା, ସହ ସମ୍ପାଦକ ଚକ୍ରଧର ବେଶ୍ରା, ଖଗେଶ୍ବର ପାଣିଗ୍ରାହୀ, ନବୀନ ପଟେଲ, ସନ୍ତୋଷ କୁମାର ମାଝୀ, କୋଷାଧ୍ୟକ୍ଷ ସୁରେଶ କୁମାର ସାହୁ, ମନୋରଞ୍ଜନ ବାଣୁଆ, ରହିଥିବା ବେଳେ ଲିଗାଲ ଏଡ୍ ଭାଇଜର ଭାବରେ ଆଇନଜୀବୀ ପଞ୍ଚାନନ ବେଶ୍ରା, ମନୋଜ ନାଏକ,ଲକ୍ଷୀ ଧର ମେହେର, ରହିଛନ୍ତି ଏବଂ ସଦସ୍ୟ ତା ଭାବରେ କୁମୁଦ ପୁଝାରୀ, ପ୍ରଦୀପ ସାହୁ, ବୈଷ୍ଣବ ମାଝୀ, ବିନୋଦ ସିଂ, ତାପସ ରାୟ, ଧର୍ମାନନ୍ଦ ନାଏକ, ହରିଶ୍ଚନ୍ଦ୍ର ନାଏକ,ରାଜୁ ପଟେଲ, ଭିକ ମାଝି , ଅର୍ଜୁନ ଭାଟି, ମଣିରାମ ବାଣୁଆ,ନୃପରାଜ ନାଏକ, ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ସଦସ୍ୟ ତା ଭାବରେ ରହିଥିବା ଜଣା ପଡ଼ିଛି । ମିଡ଼ିଆ ସେଲ ରେ ସାମ୍ବାଦିକ ବିଜୟ ପଣ୍ଡା, ଜଗଦୀଶ ନାଏକ,ଗଜିନ୍ଦ୍ର ନାଗ, ଗଣେଶ ଭାଟି ଏବଂ ତ୍ରିଲୋକ୍ୟ ବେଶ୍ରା ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା , ସୁଭାଷ ଖର୍ସେଲ, ପଦ୍ମନ ଚଲାନ, ବିରନ କନ୍ଧ ଙ୍କ ସମେତ ୧୦ ଗୋଟି ପଞ୍ଚାୟତରୁ ଶତାଧିକ ଲୋକେ ଯୋଗଦେଇ ଦୃଢ଼ ସମର୍ଥନ କରି ଥିଲେ।
ଆମପାଣିକୁ ନୂତନ ବ୍ଳକ ଗଠନ ପାଇଁ ଏକାଠି ହେଲେ ୧୦ ଗୋଟି ପଞ୍ଚାୟତର ଲୋକେ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ଭୁବନେଶ୍ୱର ତା ୧୮. ୦୯, ଏକାକାର ହେଇଗଲେ ପରସ୍ପର ବିରୋଧି ବୟସ୍କ ସଂଗଠନ ସବୁ ll ନା ଥିଲା ଅହଂକାର, ନା ଥିଲା ହମବଡ଼ା ଭାବ ll ଜୀବନକୁ ଅଲଗା ଢଙ୍ଗରେ ଜିଇଁବାକୁ କାନ୍ଧରେ କାନ୍ଧ ଲଗେଇଦେଲେ, ପାଦରେ ପାଦ ଛନ୍ଦିଦେଲେ
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |
ଚିଲିକା, ୧୮।୯:ନାଚୁଣୀର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ"ଜାଗୃତିକା" ତରଫରୁ ମୁକ୍ତି ଚିନ୍ତନ ପରିଷଦର ବରିଷ୍ଠ ଉପଦେଷ୍ଟା, ଗାୟକ ରତ୍ନ ଲୋକନାଥ କର ଜୟନ୍ତୀ କମିଟିର ସଦସ୍ୟ ତଥା ସମାଜସେବୀ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା
ଗାନ୍ଧୀ ମଣିଷ ଦୋଳେଗାବିନ୍ଦସ୍ୱାଧୀନତା ସଂଗ୍ରାମୀ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂବର୍ତନ ମନ୍ତ୍ରୀ ସ୍ୱଗର୍ତ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି
ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ; ବ୍ୟାଙ୍କ କର୍ମଚାରୀଙ୍କ ସାହସରେ ଫେଲ୍ ମାରିଲା ଲୁଟେରାଙ୍କ ଯୋଜନା!
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ସାହସ ଓ ପ୍ରତିରୋଧ ଯୋଗୁଁ ଲୁଟେରାଙ୍କ ଯୋଜନା
କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।
ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା। ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର ଦୂରରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅବସ୍ଥାପିତା। ଫାଣ୍ଡି ଆଗରେ ଅସରାଏ ବର୍ଷା ହେଲେ ପାଣି
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ।
ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ ମାସ ଧରି ଚାଲିଥିବା ସତସଙ୍ଗ ପରିକ୍ରମାର ଉଦ୍ ଯାପନୀ ଦିବସରେ ବହୁ ଭକ୍ତଙ୍କର
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ
ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଣପୁର,: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ
ବାଲୁଗାଁ ଥାନାରେ ନୂତନ SI ଭାବେ ଯୋଗ ଦେଲେ ଜଗନ୍ନାଥ ସେଠୀ
(*ବାଲୁଗାଁ)ବାଲୁଗାଁ ଥାନାରେ ନୂତନ ସବ୍-ଇନ୍ସପେକ୍ଟର ଭାବେ ଜଗନ୍ନାଥ ସେଠୀ ଆଜି ଯୋଗ ଦେଇଛନ୍ତି। ସୂଚନନୁଯାୟୀ, ଜଗନ୍ନାଥ ସେଠୀ ଜଣେ ଅଭିଜ୍ଞ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ।ପୂର୍ବରୁ କାର୍ଯ୍ୟରତ ଥିବା SI ଙ୍କ ବଦଳି ପରେ ଶୂନ୍ୟ ପଡିଥିବା
ବିକାଶଶୀଳ ଓଡ଼ିଶା ଗଠନ ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ।
ଭୁବନେଶ୍ୱର / ପାରାଳାଖେମୁଣ୍ଡି - ୧୪ /୨୬ ବିଶ୍ୱନାଥ ଫଙ୍କସନ ହଲ,ରାଜଦାଣ୍ଡ ସାହି,ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି
ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ,
ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ – ବାଲୁଗାଁ ପୋଲିସର ଫ୍ଲାଗ୍ ମାର୍ଚ ଜରିଆରେ ଜନସଚେତନତା
ବାଲୁଗାଁ: ଆସନ୍ନ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ):ବାଳକାଟି ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବିବେକାନନ୍ଦ ମହାନ୍ତିଙ୍କ ଗତକାଲି ସିରିଆଦେଇ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା l ସେ ଓଡ଼ଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗରେ ଚାକିରୀ କରିଥିବା ବେଳେ
ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ:ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ
ଚିଲିକା, ୧୪ ।୯: ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନ.ଏ.ସି. ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନ.ଏ.ସି .ର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ
ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଅଦଳବଦଳ, ବାଲୁଗାଁ ଥାନାରେ ନୂଆ ଏସ୍ଆଇ ଭାବେ ଜଗନ୍ନାଥ ସେଠୀ ଓ ଏସ୍ଆଇ ଭାବେ ଭଗବାନ ନାୟକଙ୍କ ଯୋଗଦାନ
ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ
ଗଣେଶ ସମ୍ମାନ ୨୦୨୬ ର ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା ୧୩/୦୯:- ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ,ଶାନ୍ତିସ୍ତୁପ ଖବରକାଗଜ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |