ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି

ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ 108 ତମ ଶ୍ରାଦ୍ଧଦିବସ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଭାଷା ପ୍ରାଣ ଡ଼ଃ ଅଦୈତ ପାତ୍ର,ସମାଜସେବୀକା ଅନୁପମା ବେହେରା, ବାସନ୍ତୀ ତ୍ରିପାଠୀ, ଦେବ ରାଜ ନାୟକ, ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ପ୍ରତି ବ୍ୟାସକବି ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ l ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ସମାଜରେ କୁସଂସ୍କାର, ଅବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ମୁଖ୍ୟଭୁମିକା ଗ୍ରହଣ କରିଥିଲେ l “ଛ ମାଣ ଆଠ ଗୁଣ୍ଠ, ମାମୁଁ, ଲଛମା, ରେବତୀ ପ୍ରମୁଖ କାଳଜୟୀ ରଚନା ଦ୍ୱାରା ସମାଜରେ ସୁପ୍ରଭାବ ପକାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ l ବହୁ ଭାଷାପ୍ରାଣ, ସଂଗଠନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page