ଓଡିଶୀ ସଙ୍ଗୀତ ଜଗତର କାଳଜୟୀ ପୁରୁଷ ଥିଲେ ବାଳକୃଷ୍ଣଫକିର ଚରଣ ଜେନାଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

ବାଲିଅନ୍ତା, ୧୬|୫():ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କାଳଜୟୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l ତାଙ୍କ ବିଷୟରେ ଆଲୋଚନା କରିବା କିମ୍ବା ତାଙ୍କ ସଙ୍ଗୀତ ଆଗରେ ଅନ୍ୟ କାହାକୁ ତୁଳନା କରିବା ଧୃଷ୍ଟତା ହେବବୋଲି କହିଥିଲେ l ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାକାରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ନିଜ ଜନ୍ମମାଟି ବାଳକାଟି ବସନ୍ତପେଡି ଗ୍ରାମରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାଳକାଟି ବଜାର ଅଟୋ ଷ୍ଟାଣ୍ଡରେ ପହଞ୍ଚିଥିଲା l

ସେଠାରେ ସଂଗୀତ ସୁଧାକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା l ପରେ ବିଶାଳ ଶୋଭାଯାତ୍ରା କଲେଜ ପଡ଼ିଆ ସ୍ଥିତ ସ୍ମୃତି ସଂସଦ ପରିସରରେ ପହଞ୍ଚିଥିଲା l ସେଠାରେ ସଂସଦର ସଭାପତି ଡ. ରାଜନୀ ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା କୁନମୁନ ଲେଙ୍କା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ମାଜସେବୀ ରବୀନ୍ଦ୍ର ପାତ୍ର, ପବିତ୍ର ବେହେରା, ଦିନବନ୍ଧୁ ଭୋଇ, ଡ଼. ସୁଧାଂଶୁ ଦାଶ, ଗବେଷିକା ପୂଜାରାଣୀ ପାଣି ଯୋଗଦେଇ ସଂଗୀତ ସୁଧାକରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l

ଏହି ଅବସରରେ ଓଡିଶୀ ସଙ୍ଗୀତ ଗୁରୁ ବା ସ୍ବର୍ଗତଃ ଦାଶଙ୍କ ଶିଷ୍ୟ ଫକିର ଚରଣ ଜେନାଙ୍କୁ ଚଳିତ ବର୍ଷର “ବାଳକୃଷ୍ଣ ସ୍ମୃତି ” ସମ୍ମାନରେ ସମ୍ମାନିତ କରାଯାଇଥିଲା l ସଂସଦର ସମ୍ପାଦକ ଜଗନ୍ନାଥ ସତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାମମୋହନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରିଶେଷରେ ଚିତାକର୍ଷକ ଓଡିଶୀ ନୃତ୍ୟ, ସଂଗୀତ ଓ଼ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page